ଭୁବନେଶ୍ବର ବ୍ଲକ ପଞ୍ଚାୟତ ସ୍ତରୀୟ କର୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : କଲ୍ୟାଣପୁର ଚମ୍ପିୟାନ

୧୩ ଫେବୃଆରୀ ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଭୁବନେଶ୍ବର ବ୍ଲକ୍ ମଳିପଡା ପଞ୍ଚାୟତ ଘଙ୍ଗାପାଟଣାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଟମାଣ୍ଡୋକୁ ୫ ରନରେ ହରାଇ ଟ୍ରଫି ହାସଲ କରିଛି କଲ୍ୟାଣପୁର।ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ କଲ୍ୟାଣପୁର ୧୪୬ ରନ କରିଥିବା ବେଳେ ୧୩୯ ରନରେ ଅଲଆଉଟ ହୋଇଥିଲା ତମାଣ୍ଡୋ ଟିମ।ଏହି ଟୁର୍ଣ୍ଣାମେଣ୍ଟରେ ମଳିପଡା, ମେଣ୍ଢାଶାଳ,ଭାଲିଆବାଡି, କଲ୍ୟାଣପୁର,ଜରିପୁଟ, ପଙ୍ଘାରସିଂହ ପଞ୍ଚାୟତ ଅଂଶଗ୍ରହଣ କରିଥିଲେ। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ଜଟଣୀର ପୂର୍ବତନ ବିଧାୟକ ବିଭୁତି ଭୁଷଣ ବଳବନ୍ତରାୟ ଯୋଗ ଦେଇଥିଲେ।ସେହିପରି ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁଙ୍କ ସହ ମଳିପଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଲୁସିବାଲା ମଙ୍ଗରାଜ,କଣ୍ଟାବାଡ ପଞ୍ଚାୟତ ପୂର୍ବତନ ସରପଞ୍ଚ ଭାବଗ୍ରାହୀ ସାହୁ ଓ ଚନ୍ଦକା ଗ୍ରାମ ପଞ୍ଚାୟତ ଯୁବ ସମାଜ ସେବୀ ବିରଜା ପ୍ରସାଦ ସାମନ୍ତାରାୟ,ମେଣ୍ଢାଶାଳ ସରପଞ୍ଚ କୌଶଲ୍ୟା ବଳିଆରସିଂହ,ସିନେ ପ୍ରଯୋଜକ ଶ୍ରୀଯୁକ୍ତ ସତ୍ୟପ୍ରିୟ ବେହେରା ଏବଂ ପୂର୍ବତନ ସମିତି ସଭ୍ୟ ସୁବାସ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ।ଆୟୋଜକ ପ୍ରତିଶ୍ରୁ ପତିଙ୍କ ନେତୃତ୍ବରେ ଘଙ୍ଗାପାଟଣା ଗାଁର ଯୁବ ଖେଳାଳିମାନେ ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ସମାପନ କରିଥିଲେ ।

Exit mobile version