ସୁଡୁକୁମ୍ପାରେ ଲୋକକଳା ମହୋତ୍ସବ ଅନୁଷ୍ଠିତ,କଳାକାରଙ୍କ କଳା ପ୍ରଦର୍ଶନରେ ଉତ୍ସକ ମୁଖର ଅଞ୍ଚଳ

୧୩ ଫେବୃଆରୀ ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ସୁଡୁକୁମ୍ପା ଠାରେ ଲୋକକଳା ମହୋତ୍ସବ ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଲୋକକଳା ସଂସ୍କୃତି ସଙ୍ଘ ଆନୁକୂଲ୍ୟରେ ତିନୋଟି ପଞ୍ଚାୟତର ପ୍ରତି ଗ୍ରାମରେ ସଂସ୍କୃତି ପରମ୍ପରା ଲୋକକଳାକୁ ବଞ୍ଚାଇ ରଖିଥିବା ଗୋଷ୍ଠୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସୁଡୁକୁମ୍ପା ଇନ୍ଦ୍ରଯଜ୍ଞ ମଣ୍ଡପରୁ ଏକ ଶୋଭାଯାତ୍ରାରେ ବାହାରି ଅଞ୍ଚଳ ପରିକ୍ରମା କରି ହନୁମାନ ମନ୍ଦିର ପହଞ୍ଚି ପୂଜାର୍ଚ୍ଚନା ସାରି ସେହି ଇନ୍ଦ୍ରଯଜ୍ଞ ମଣ୍ଡପକୁ ପହଞ୍ଚି ସେଠାରେ ଗ୍ରାମାଞ୍ଚଳରେ ପୁରାତନ କାଳରୁ ପାରମ୍ପରିକ ରୀତିରେ କଳା ସଂସ୍କୃତି ଲୋକକଳ କାର ଗୋଷ୍ଠୀ ମାନଙ୍କୁ ଗୋଟିଏ ସ୍ଥାନରେ ଏକତ୍ରିତ ରହି ନିଜର କଳାକୁ ପ୍ରଦର୍ଶନ କରି କଳାକୁ ବଞ୍ଚାଇ ରଖିବା ସହିତ କଳାକାର ଭାବେ ପରିଚୟ ସୃଷ୍ଟି କରି ସରକାରୀ ସ୍ୱୀକୃତି ପାଇବା ଓ ନିଜର ଅଧିକାର ଜାହିର କରି ସରକଙ୍କୁ ଦୃଷ୍ଟି ଆକର୍ଷଣ କରାଇ ଅନୁଦାନ ପ୍ରାପ୍ତ ହୋଇ ପାରିବା ଏହି ଲୋକକଳା ମହୋତ୍ସବର ଏକ ପ୍ରୟାସ ଓ ମୂଖ୍ୟ ଉଦେଶ୍ୟ ବୋଲି ସମାଜସେବୀ ତଥା ସ୍ଥାନୀୟ ପଞ୍ଚାୟତ ସମିତିସଭ୍ୟ ସମଞ୍ଚ ପରିଚାଳକ ବୈଦ୍ୟନାଥ ବେହେରା ସମସ୍ତଙ୍କୁ ଜଣାଇଥିଲେ। ଏହି ମହୋତ୍ସବରେ ତିନୋଟି ପଞ୍ଚାୟତ ସୁଡୁକୁମ୍ପା,ସୁଡ୍ରେଜୁ, ବିଲାବାଡ଼ିର ଲୋକକଳା ଗୋଷ୍ଠି ଦଣ୍ଡନାଚର ବିଭିନ୍ନ କଳା,ଓଡ଼ିଶୀ କୀର୍ତ୍ତନ,କୃଷ୍ଣଗୁରୁ,ନଦିଆ କୀର୍ତ୍ତନ,କାଳ୍ପନିକ ଓ ପୌରାଣିକ ନାଟକର ବିଭିନ୍ନ କଳା,ଆଦିବାସୀ ଖଞ୍ଜଣି ନୃତ୍ୟ,ଘୁଡୁକି ନୃତ୍ୟ,ପାଲା, ଦାସକାଠିଆ ସେହିଭଳି ଅନେକ କଳାକୁ କଳାକାର ମାନେ ପ୍ରଦର୍ଶନ କରିଥିଲେ।ପ୍ରଥମ ଅଧ୍ୟାୟରେ ମୂଖ୍ୟ ଅତିଥି ଭାବେ ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ଯୋଗଦେଇଥିବା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ,ସମ୍ନାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ମମତା ମଲିକ,ବିଲାବାଡ଼ି ପଞ୍ଚାୟତ ସରପଞ୍ଚ ରବୀନ୍ଦ୍ର ଭୁକ୍ତା,ସୁଡ୍ରେଜୁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ ପ୍ରଧାନ,ରତାବାରି ଶାଖା କୁଇସମାଜ ସଭାପତି ପଙ୍କଜ ମଲିକ,ଉପ-ସଭାପତି ହରେକୃଷ୍ଣ ମାଝୀ,ସତ୍ୟବାନ ସାହୁ ପ୍ରମୂଖ ଉପସ୍ଥିତ ଥିଲେ।ଦୂତୀୟ ଅଧ୍ୟାୟରେ ମୂଖ୍ୟ ଅତିଥି ଭାବେ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ବିଧାୟକ ଆଙ୍ଗଦ କହଁର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସଂସଦ ପ୍ରତିନିଧି ପଙ୍କଜ ମଲିକ ପ୍ରମୂଖ ଯୋଗଦେଇଥିଲେ ।ମୁଖ୍ୟ ଆଇୟୋଜକ ବ୍ଲକ କଳା ସଂସ୍କୃତି ସଂଘର ସଭାପତି ସରୋଜ କୁମାର ସାହୁ,ଭକ୍ତ ଚରଣ କହଁର,ନବକିଶ୍ୱର ନାୟକ,ନାରଦ ବେହେରା, ରଙ୍କନିଧିପ୍ରଧାନ,ମହେଶ୍ୱରକହଁର,ସହଯୋଗରେ ସମାଜସେବୀ ମାନସ କୁମାର ମଲିକ ଉମେଶ ମଲିକ, ବୈଦ୍ୟନାଥବେହେରା,ଗୋକୁଳ କହଁର ଅନ୍ୟ ସମସ୍ତେ ରହିଲେ । ଅତିଥିମାନେ ନିଜ ବକ୍ତବ୍ୟରେ କଳାକୁ ସମ୍ନାନ ଜଣାଉ ସମସ୍ତେ ନିଜକୁ କେମିତି ସରକାରୀ ଅନୁଦାନ ପ୍ରାପ୍ତ ହୋଇପାରିବେ ଓ କଳାକୁ ବଞ୍ଚାଇ ରଖିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ ଓ କଳାକାର ଗୋଷ୍ଠି ଙ୍କୁ ମାନପତ୍ର ପ୍ରଦାନ କରିଥିଲେ।

Exit mobile version