ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସା ଳୟକୁ ଭେଷଜ ମହା ବିଦ୍ୟାଳୟ ରେ ସରକାରୀ ଭାବେ ଯୋଷଣା କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର

୧୨ ଫେବୃଆରୀ ରବିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସା ଳୟକୁ ଭେଷଜ ମହା ବିଦ୍ୟାଳୟ ରେ ସରକାରୀ ଭାବେ ଯୋଷଣା କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ମାନ୍ୟବର ସାଂସଦ ମାନସ ମଙ୍ଗରାଜ କୁ ପ୍ରଦାନ କରାଯାଇ ଅଛି। କ୍ରିୟା ନୁଷ୍ଠାନ କମିଟି ସଭ୍ୟ ସର୍ବଶ୍ରୀ ଧନେଶ୍ଵର ଅଗ୍ରୱ୍ୱାଲ , ବିଜୟ ମହାପାତ୍ର , ବିଜୟ ପ୍ରଧାନ , ବିପିନ ନାୟକ , ମନୋଜ ଦାସ ଓ ସରପଞ୍ଚ ଚାନ୍ଦପୁର ପ୍ରମୁଖ ଶ୍ରୀ ମଗରାଜ କୁ ଆଜି ପୂର୍ବାହ୍ନରେ ଭେଟି ପ୍ରଦାନ କରିଛନ୍ତି ଓ ଶ୍ରୀ ମଂଗରାଜ କ୍ରିୟା ନୁଷ୍ଠାନ କମିଟିର ଅନୁରୋଧ କ୍ରମେ ମୁଖ୍ୟ ଉପଦେଷ୍ଟା ରହିବା ପାଇଁ ନିଜସ୍ଵ ସମ୍ମତି ପ୍ରଦାନ କରିଥିବାରୁ ଅଂଚଳ ବାସୀ କୃତଜ୍ଞତା ଜଣାଇଛନ୍ତି l ମୁଖ୍ୟ ନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦିଆଯାଇ ଥିବା ସ୍ମାରକ ପତ୍ରର ଅବିକଳ ନକଲ ମାନ୍ୟବର ସାଂସଦ ପୁରୀ , ମାନ୍ୟବର ବିଧାୟକ ରଣପୁର , ଚିଲିକା , ଖୋରଧା , ମାନନୀୟ ମୁଖ୍ୟ ଶାସନ ସଚିବ , ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ , ସ୍ୱାସ୍ଥ୍ୟ ସଚ଼ିବ , ଜିଲାପାଳ ନୟାଗଡ଼ କୁ ପ୍ରେରଣ କରାଯାଇ ଅଛିI ଏଠାରେ ସୂଚନା ଯୋଗ୍ୟ ରାଜ୍ୟ ସରକାର ୨୦୧୨ ମସିହାରେ ସରକାରୀ ଘରୋଇ ସହଭାଗିତାରେ ଏହି ହାସପାତାଳ କୁ ମେଡ଼ିକାଲ କଲେଜ ପାଇଁ ପ୍ରାୟତଃ ସ୍ଥିର ହୋଇଥିଲା , ମାତ୍ର ସାଧାରଣ ଜନତାଙ୍କ ତୀବ୍ର ବିରୋଧ ଯୋଗେ ଏହା ହୋଇ ନଥିଲା lରାଜ୍ୟର ସବିବୃହତ ଯକ୍ଷ୍ମା ଚିକିତ୍ସା ଳୟ ଆଜି ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସା ଳୟ ଅଟେ I ୧୦୦ ଏକର ପରିମିତ ରାଜ୍ୟର ପ୍ରଥମ ମହିଳା ମନ୍ତ୍ରୀ ରଣପୁର ରାଜମାତl ବସନ୍ତ ମଞ୍ଜରୀ ଦେବୀ ଏହା ପ୍ରତିଷ୍ଠା କରିଥିଲେ ବିଗତ ୫୦ ଦଶକରେ I ସକଳ ଭିତିଭୂମି ଥିବା ଏହି ହାସପାତାଳ କୁ ତୁରନ୍ତ ସରକାରୀ ଭେଷଜ ମହା ବିଦ୍ୟାଳୟ କରିବାକୁ ଦାବୀ ଜୋର ଧରିଛି I ବରିଷ୍ଠ ନାଗରିକ ମଞ୍ସଭାପତି ଧନେଶ୍ଵର ଅଗ୍ର ୱାଲଙ୍କ ନେତୃତ୍ଵରେ ୨୧ ଜଣିଆ କ୍ରିୟା ନୁଷ୍ଠାନ କମିଟି ଗଢ଼ାଯାଇଛି I

Exit mobile version