ରଣପୁର ଅସୁରକୁମାରୀ ପୀଠରେ ସମିତିସଭ୍ୟ ଓ ସଭ୍ୟା ଙ୍କୁ ମେଳି କଲେ – ବ୍ଲକ ଉପାଧ୍ୟକ୍ଷ ଲଣ୍ଡା

ମୋ ମନମୁଖୀ ଶାସନ ରଣପୁର ସମିତିସଭ୍ୟ ଓ ସଭ୍ୟା ଙ୍କୁ ହୋଇଛି କାଳ

ରଣପୁର BDO କରୁଛନ୍ତି ମନମୁଖୀ ଶାସନ : ସମିତି ସଭ୍ୟ ଓ ସଭ୍ୟାଙ୍କୁ କାହିଁଙ୍କି କରୁଛନ୍ତି ଅଣଦେଖା …!!

ରଣପୁର ଅସୁରକୁମାରୀ ପୀଠରେ ସମିତିସଭ୍ୟଙ୍କୁ ମେଳି କଲେ ବ୍ଲକ ଉପାଧ୍ୟକ୍ଷ ଲଣ୍ଡା ଦଳବେହେରା l ଭବିଷ୍ୟତକୁ ଆଖି ଆଗରେ ରଖି ନଣ୍ଡା ଅସୁର କୁମାରୀ ପୀଠରେ ସମସ୍ତ ସମିତିସଭ୍ୟ,ସଭ୍ୟା ଙ୍କୁ କରିଲେ ମେଳି .

୧୨ ଫେବୃଆରୀ ରବିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ଅସୁରକୁମାରୀ  ପୀଠରେ ରଣପୁର ବ୍ଲକର ସମିତି ସଭ୍ୟ ଓ ସଭ୍ୟା  ମାନଙ୍କର ମେଳି ହୋଇଥିବା  ଦେଖିବାକୁ ମିଳିଛି l ଏହି ମେଳି ରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ସମିତିସଭ୍ୟ  ଯୋଗ ଦେଇଥିବା  ଦେଖିବାକୁ  ମିଳିଛି l ପ୍ରଶାସନିକ  ସ୍ତରରେ  ସେମାନଙ୍କୁ ଅଣଦେଖା କରାଯାଉଥିବାରୁ ନିର୍ବାଚିତ ପ୍ରତିନିଧି  ଭାବେ ସେମାନଙ୍କର ଅଧିକାରରୁ ବଂଚିତ  କରାଯାଉଛି lଲୋକମାନେ  ସେମାନଙ୍କୁ  ଭୋଟ ଦେଇ ନିର୍ବାଚିତ କରିଥିବାବେଳେ, ଲୋକ ମାନଙ୍କର କୌଣସି ସମସ୍ୟା ନେଇ ବ୍ଲକକୁ ଗଲେ  ସମସ୍ୟା ସମାଧାନ  ହେଉନି l ବ୍ଲକରେ ସବୁ  ସମିତିସଭ୍ୟ  ମାନଂକୁ ସମାନ  ଭାବେ  ଗୁରୁତ୍ୱ ଦିଆଯାଉନାହିଁ l  କେତେକ ନିର୍ଦ୍ଧିଷ୍ଟ ସମିତିସଭ୍ୟ  ଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଉଛି l  ଯାହାଫଳରେ ରେ ଏହାକୁ ନେଇ ଅସନ୍ତୋଷ  ପ୍ରକାଶ ପାଇଛି l ଯାହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଛି lଏହି ସମିତିସଭ୍ୟ  ମାନଂକୁ ବୁଝାସୁଝା  କରିବା ସହ  ବିଜେଡି ବ୍ଲକ ସଭାପତି ପାଣ୍ଡବ ସେଠି, ସମିତି ଉପାଧ୍ୟାକ୍ଷ ଲଣ୍ଡା ଦଳବେହେରା, ନର୍ମଦା ରାୟ ପ୍ରମୁଖ ଯୋଗ ଦେଇଥିଲେ l ଶେଷରେ ଚାରୋଟି ଜୋନ ରୁ ୪ ଜଣ ସମିତିସଭ୍ୟଙ୍କୁ ନେଇ ଏକ ଶୃଙ୍ଖଳା କମିଟି କରାଗଲା l  ଏହି କମିଟି ସମିତି ସଭ୍ୟ ମାନଂକର ସୁବିଧା ଅସୁବିଧା ସମାଧାନ କରିବେ ବୋଲି ନିଷ୍ପତି ହୋଇଥିବା  ଜଣାଯାଇଛି l ସୁନାଖଳା ଜୋନ ରୁ ମିନକେତନ ନାୟକ , ରଣପୁର ଜୋନ ରୁ ସୁଦର୍ଶନ ମାନସିଂ , ଗୋପାଳପୁର ଜୋନ ରୁ ବିରଞ୍ଚି , ଚାନ୍ଦପୁର ଜୋନ ରୁ ଦିପ୍ତିମୟୀ ବେହେରା ପ୍ରମୁଖ ୪ ଟି ଜୋନରୁ ସମିତିସଭ୍ୟ ମାନଙ୍କୁ ଚୟନ କରାଯାଇଛି .

 

Exit mobile version