Home ଓଡ଼ିଶା ‘ସ୍ପେସ୍ ଅନ୍ ହୁଇଲ୍’ ପ୍ରଦର୍ଶନୀ ଉଦ୍ଘାଟିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଛାତ୍ରଛାତ୍ରୀମାନଙ୍କ ପାଇଁ ମହତ୍ତ୍ୱାକାଂକ୍ଷୀ ଉପାଦେୟ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ସିଧା-ପ୍ରସାରଣ ବ୍ୟବସ୍ଥା ୧୨ ଫେବୃଆରୀ ରବିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅନ୍ତରୀକ୍ଷ ଉପଯୋଗ କେନ୍ଦ୍ର (ସାକ୍) ପକ୍ଷରୁ ବିକ୍ରମ ସରାଭାଇ ମହାକାଶ ପ୍ରଦର୍ଶନୀ ଶୃଙ୍ଖଳାରେ ଆଜି ସ୍ଥାନୀୟ କ୍ୟାପିଟାଲ୍ ହାଇସ୍କୁଲଠାରେ ‘ସ୍ପେସ୍ ଅନ୍ ହୁଇଲ୍’ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମହାକାଶ ଓ ମହାକାଶ ବିଜ୍ଞାନ ସଂପର୍କରେ ତଥ୍ୟ ପ୍ରଦାନ ଓ ଜ୍ଞାନ ଆହରଣ ନିମନ୍ତେ ଉଦ୍ଦିଷ୍ଟ ଏହି ପ୍ରଦର୍ଶନୀ ୫୦ ବର୍ଷ ଧରି ଭାରତୀୟ ମହାକାଶ ବିଜ୍ଞାନର ସଫଳତାକୁ ଲୋକଲୋଚନକୁ ଆଣିବ । ମହାକାଶ ଗବେଷଣାର ଇତିହାସ, ମହାକାଶ ଯାତ୍ରା, ଉପଗ୍ରହକୁ ଅବସ୍ଥାପିତ କରୁଥିବା ଯାନ ଓ ଭବିଷ୍ୟତ ଯୋଜନା ଇତ୍ୟାଦି ସଂପର୍କରେ ବିଭିନ୍ନ ବିବରଣୀ ସନ୍ନିବିଷ୍ଟ ୧୮ଟି ପ୍ରକଳ୍ପ ପ୍ରଦର୍ଶନୀରେ ସ୍ଥାନିତ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ପୂର୍ବାହ୍ନରେ ପ୍ରଦର୍ଶନୀ ଉଦ୍ଘାଟନ କରି ଏହା ଛାତ୍ରଛାତ୍ରୀମାନଙ୍କ ବିଜ୍ଞାନ ସଂପର୍କିତ ଜିଜ୍ଞାସା ପୂରଣ ଦିଗରେ ଯଥେଷ୍ଟ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି । ବିଜ୍ଞାନ ଓ କାରଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବ ବୋଲି କହିଛନ୍ତି । ସେ କହିଛନ୍ତି ଯେ ବିଜ୍ଞାନ ଓ କାରିଗରୀ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆୟୋଜିତ ଏହି ତିନିଦିନିଆ ପ୍ରଦର୍ଶନୀରେ ସ୍ଥାନୀୟ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀମାନେ ‘ଇସ୍ରୋ’ର କାର୍ଯ୍ୟକ୍ରମ ସଂପର୍କରେ ଅବଗତ ହୋଇପାରିବେ । ୭୦ ଦର୍ଶକରେ ବିଜ୍ଞାନ ଶିକ୍ଷା ନିମନ୍ତେ ରହିଥିବା ବିଭିନ୍ନ ପ୍ରତିବନ୍ଧକଗୁଡ଼ିକ ଦୂର ହୋଇ ଏବେ ସରକାରଙ୍କ ଦ୍ୱାରା ବିଜ୍ଞାନ ଶିକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ବୋଲି ଦର୍ଶାଇ ମନ୍ତ୍ରୀ ଶ୍ରୀ ପଣ୍ଡା ଓଡ଼ିଶାର ପଠାଣୀ ସାମନ୍ତ ଓ ପ୍ରାଣକୃଷ୍ଣ ପରିଜାଙ୍କ ଭଳି ବିଜ୍ଞାନୀମାନଙ୍କ ନାମ ଉଲ୍ଲେଖ କରିବା ସହିତ କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ‘କଳିଙ୍ଗ ପୁରସ୍କାର’ ସଂପର୍କରେ ଆଲୋକପାତ କରିଥିଲେ । ବିଜ୍ଞାନ ଓ କାରଗରୀ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ସାଙ୍ଗକୁ ୮ଟି ପ୍ଲାନେଟୋରିୟମ୍ ପ୍ରତିଷ୍ଠା ହେବାକୁ ଯାଉଛି । ଏହା ବ୍ୟତୀତ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ସାଧିତ ହୋଇଛି । ବିଜ୍ଞାନ ଓ ଗଣିତ ଶିକ୍ଷକମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ ।କାର୍ଯ୍ୟକ୍ରମରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମଧ୍ୟ ବକ୍ତବ୍ୟ ରଖିଥିଲେ । ‘ଇସ୍ରୋ’ର ଗ୍ରୁପ୍ ଡାଇରେକଫର ଡ. ପରୁଲ୍ ପଟେଲ୍ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଦେଶରେ ବିଜ୍ଞାନର ଅଗ୍ରଗତି ଏବଂ ଜୀବନରେ ବିଜ୍ଞାନର ଉପଯୋଗିତା ନେଇ ବକ୍ତବ୍ୟ ରଖିବା ସହିତ ପ୍ରଦର୍ଶନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଯୋଗାଯୋଗ, ଶିକ୍ଷଣ, ଉଚ୍ଚତର ତାଲିମ ଓ ଗବେଷଣା କ୍ଷେତ୍ରରେ ‘ଇସ୍ରୋ’ ସମଗ୍ର ଦେଶରେ ପ୍ରଭାବୀ ଭୂମିକା ଗ୍ରହଣ କରିଛି ବୋଲି ଡ. ପଟେଲ୍ କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏପରି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ସାମିଲ ହେବା ସହିତ ‘ଇସ୍ରୋ’ରୁ ଆସିଥିବା ବୈଜ୍ଞାନିକମାନଙ୍କଠାରୁ ପ୍ରଶ୍ନୋତ୍ତର କ୍ରମେ ସେମାନଙ୍କର ସନ୍ଦେହ ଦୂର କରିପାରିବେ ବୋଲି ଉଲ୍ଲେଖ କରିଥିଲେ । ଆସନ୍ତାକାଲି ରାଜ୍ୟର ୩୯୦୬ଟି ୫-‘ଟି’ ରୂପାନ୍ତରିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀକୁ ‘ୟୁ-ଟୁ୍ୟବ୍ ଲାଇଭ୍’ ମାଧ୍ୟମରେ ସିଧାପ୍ରସାରଣରେ ଦେଖିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପ୍ରକାଶ କରିଥିଲେ । ବରିଷ୍ଠ ବୈଜ୍ଞାନିକ ଶ୍ରୀ ଲକ୍ଷ୍ମୀନାରାୟଣ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଶ୍ୱନାଥ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ । ବିଜ୍ଞାନକ ନେଇ ଛାତ୍ରୀମାନେ ଚମତ୍କାର ସ୍ୱାଗତ ସଂଗୀତ ପରିବେଷଣ କରିଥିବାବେଳେ କାର୍ଯ୍ୟକ୍ରମରେ ଶହ ଶହ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ପ୍ରଦର୍ଶନୀ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିବସରେ ପ୍ରାୟ ୧୬୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଓ ଏକ ହଜାରରୁ ଊଦ୍ଧ୍ୱର୍ ସାଧାରଣ ନାଗରିକର ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରିଛନ୍ତି । ଆସନ୍ତାକାଲି ୧୩ ତାରିଖ ଦିନ ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୯.୩୦ରୁ ଅପରାହ ୪ଟା ଓ ୧୪ ତାରିଖ ଦିନ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲାରହିବ । ୧୨ତାରିଖ ଦିନ ଏହି ପ୍ରଦର୍ଶନୀ ଅପରାହ ୪ଟାରୁ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଥିବାବେଳେ ୧୩ ତାରିଖ ଦିନ ମଧ୍ୟ ଏହି ସମୟରେ ଜନସାଧାରଣଙ୍କ ପାଇଁ ପ୍ରଦର୍ଶନୀ ଖୋଲାରହିବ । Categories: ଓଡ଼ିଶା, ଖେଳ, ମହାନଗର, ହୋମ୍ Related Content ଓଏସିସ ଫର୍ଟିଲିଟି ପକ୍ଷରୁ ଭୁବନେଶ୍ୱରରେ "ଜନନୀ ଡାଏଲଗ୍ସ’ ଆୟୋଜିତ, ଭାରତର ପ୍ରଜନନ ସ୍ୱାସ୍ଥ୍ୟସେବା ପରିବେଶକୁ ସୁଦୃଢ଼ କରିବା ପାଇଁ "ଓଏସିସ ଏକାଡେମୀ’ ଘୋଷଣା by Proprietor Abhimanyu Maharana July 26, 2026 ନଭିମୁମ୍ବାଇର ଖାରଘରଠାରେ ବାହୁଡା଼ ଯାତ୍ରାର ଆୟୋଜନ by Proprietor Abhimanyu Maharana July 25, 2026 Navi Mumbai’s Kharghar Temple Hosts Bahuda Yatra by Proprietor Abhimanyu Maharana July 25, 2026 Raipur’s Jagannath Temple Hosts Bahuda Yatra by Proprietor Abhimanyu Maharana July 25, 2026 ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ସମ୍ପନ୍ନ by Proprietor Abhimanyu Maharana July 25, 2026 New Delhi’s Hauz Khas Jagannath Temple hosts Bahuda Yatra by Proprietor Abhimanyu Maharana July 25, 2026