ବଜରଙ୍ଗନଗର ନାଗରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ : ୧୫ ହଜାର ୧୦୦ ଟଙ୍କା ପ୍ରଦାନ

ଓଡିଶା ତାଜା ନ୍ୟୁଜ୍ (୧୨ ଜୁନ୍ ଶୁକ୍ରବାର ) ଭୁବନେଶ୍ୱର : ଝାରପଡ଼ାର ବଜରଙ୍ଗନଗର ନାଗରିକ ସଂଘ ପକ୍ଷରୁ କୋଭିଡ୍‌-୧୯ ସଂକ୍ରମଣର ପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୫ ହଜାର ୧୦୦ ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ନିମନ୍ତେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଚେକ୍‌ ଆକାରରେ ଏହି ଅର୍ଥ ବଜରଙ୍ଗନଗର ନାଗରିକ ସଂଘର ସଂପାଦକଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ।

ସଂଘ ତରଫରୁ ଏସ୍‌ଏଲ୍‌ବିସି, ଓଡ଼ିଶାର ସହକାରୀ ମହାପ୍ରବନ୍ଧକ ଶ୍ରୀ ଲଲାଟେନ୍ଦୁ ବେହେରା ଓ ୟୁକୋ ବ୍ୟାଙ୍କ ଜୋନାଲ୍‌ କାର୍ଯ୍ୟାଳୟର ପ୍ରବନ୍ଧକ ଶ୍ରୀ କିଶୋର କୁମାର କାନୁନ୍‌ଗୋ ବାଚସ୍ପତିଙ୍କୁ ତାଙ୍କ ବିଧାନସଭାସ୍ଥଳ ପ୍ରକୋଷ୍ଠରେ ସାକ୍ଷାତ କରି ଏହି ଚେକ୍‌ ହସ୍ତାନ୍ତର କରିଥିଲେ । ବାଚସ୍ପତି ଡ. ପାତ୍ର ଏହି ମହତ କାର୍ଯ୍ୟ ପାଇଁ ସଂଘର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇଛନ୍ତି ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com

Exit mobile version