
୧୧ ଫେବୃଆରୀ,ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଗୁଣି ଗାରେଡି ସନ୍ଦେହରେ ଯୁବକକୁ ଗୁଳି ମାଡ କରି ମରଣାନ୍ତକ ଆକ୍ରମଣ l ଏଭଳି ଘଟଣା ଘଟିଛି ଅଡବା ଥାନା ଅନ୍ତର୍ଗତ ଦାମଦୁଆ ପଂଚାୟତ ନିକଟସ୍ଥ ଘୁଡlପଙ୍କା ଗ୍ରାମରେ l ସୂଚନା ପ୍ରକାରେ କପିଳେନ୍ଦ୍ର ମଳିକ ନାମକ ଯୁବକଙ୍କୁ ଦୁଇଜଣ ଯୁବକ ତାଙ୍କରି ଗାଁ ନିକଟରେ ଛକି ବସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । କପିଳେନ୍ଦ୍ର ନିଜ ମାମୁ ଘର ଗାଁ ବୁଡ଼ୀହୁରୁ ଗାଁ କୁ ଯାଇ ଫେରିବା ବାଟରେ ନିଜ ଗ୍ରାମ ଘୁଡାପଙ୍କା ନିକଟରେ କପିଳେନ୍ଦ୍ର ଙ୍କୁ ହୋଇଥିଲା ମରଣାନତ୍ମକ ଆକ୍ରମଣ l ଜଣେ ଯୁବକ ଠେଙ୍ଗାରେ ଆକ୍ରମଣ କରିବା ବେଳେ ଅନ୍ୟ ଜଣେ ଆକ୍ରମଣକାରି ଏକ ବୁଦା ଭିତରୁ କପିଳେନ୍ଦ୍ର କୁ ଗୁଳି କରିଥିଲେ, କପିଳେନ୍ଦ୍ର ଙ୍କୁ ପିଚାରେ ଗୁଳି ବାଜିବାରୁ କପିଳେନ୍ଦ୍ର ଚିତ୍କାର କରିଥିଲେ l ଯାହାରୀ ଫଳରେ ଆକ୍ରମଣକାରି ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l ଘଟନା ସମ୍ବନ୍ଧରେ ସୂଚନା ପାଇ ଘଟଣା ସ୍ଥଳରେ ଅଡବା ପୋଲିସ ପହଂଚି କପିଳେନ୍ଦ୍ର ଙ୍କ ଗାଡିକୁ ପୋଲିସ ନେବା ସହିତ ଅଧିକା ତଦନ୍ତ ଜାରି ରଖିଛି l ପ୍ରଥମେ ଜିତେନ୍ଦକୁ ପୁଲିସ ମୋହନା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ପରେ ବ୍ରହପୁର ବଡ ମେଡିକାଲ ଚିକିତ୍ସା ଚାଲିଛି । ଏନେ ଅଡବା ଥାନା ୨୫/୨୩ ରେ ମାମଲା ରୁଜୁ ହୋଇଛି । ଏହା ଅଧିକ ତଦନ୍ତ ପୁଲିସ କରୁଛି । ଗୁଲି କରିଥିବା ବ୍ୟକ୍ତି ଜଣକ ଚପଟ ମାରିଛି ।

