
୧୧ ଫେବୃଆରୀ,ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମୋହନା ର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହିନ, ବିଧିର , ମାନସିକ ଅନଗ୍ରସର ଓ ମସ୍ତିସ୍ମ ପକ୍ଷାଘାତ ସ୍ବତନ୍ତ୍ର ବିଦ୍ୟାଳୟ ପରିସର ଠାରେ ବିଦ୍ୟାଳୟ ପରିଚାଳନା କମିଟିର ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ଉପସଭାପତି ସରତ ମଲିକ ସଭାପତିତ୍ବ କହିଥିଲେ । ଏହି ବୈଠକରେ ସମ୍ପାଦକ ଦଣ୍ଡାସି ସାହୁ, ସହ ସଂମ୍ପାଦକ ମନୋଜ କୁମାର ସାହୁ , ପ୍ରଶାନ୍ତ ବିର ଓ କମିଟି ସଦସ୍ୟମାନେ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବାସହ ମୁଖ୍ୟ ବିଷୟ ହେଉଛି ବିଦ୍ୟାଳୟ ନେଇ କୌଣସି ସତ୍ୟତା ନଥାଇ କିଛି ଖବର କାଗଜରେ ବାରମ୍ବାର ପ୍ରକାଶ ହେଉଥିବାରୁ କମିଟି ଦଃଖ ପ୍ରକାଶ କରିବା ସହ ମୋହନା ସାମ୍ବାଦିକ ସଂଘର ସଭାପତି ଲଖଣ ଚୌଉଧରିଙ୍କୁ ଲେଖିତ ଆକାରେ ଜଣାବାସହ ଏହି ବିଷୟ ନେଇ ଆଲୋଚନା କରିବାକୁ ବୈଠକରେ ସ୍ତିର ହୋଇଥିଲା ।

