କଟକ : ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି : ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ

୧୧ ଫେବୃଆରୀ,ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନଆରଆରଆଇ ରାଇସ୍‌‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ) ରେ ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଇଣ୍ଡିଆନ ରାଇସ କଂଗ୍ରେସକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି, ଆଜି ଏଠାରେ ଉପସ୍ଥିତ ରହି ସେ ବହୁତ ଖୁସି । ଯୁବ ଏବଂ ମହିଳା ବୈଜ୍ଞାନିକଙ୍କୁ ଦେଖି ବହୁତ ଖୁସି । ଏହାସହ ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କଣ ସମସ୍ତଙ୍କୁ ଜଣା ।ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି । ବିଭିନ୍ନ ପୂଜା ପାର୍ବଣରେ ଧାନର ଭୂମିକା ଅନସ୍ୱୀକାର‌୍ୟ୍ୟ । ଚାଉଳକୁ ଜୀବନର ଶସ୍ୟ ବୋଲି କୁହାଯାଏ । ଚାଉଳ ସହ ଆମର ବହୁ ପରମ୍ପରା ଯୋଡି ହୋଇ ରହିଛି । ଭାରତ ବିଭିନ୍ନ ରାଷ୍ଟ୍ରକୁ ଚାଉଳ ରପ୍ତାନୀ କରୁଛି । ୧୦୦ ପ୍ରକାରର ଧାନ ସଂଗ୍ରହ କରିଛନ୍ତି କମଳା ପୂଜାରୀ । ଏଥିପାଇଁ କମଳା ପୂଜାରୀଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି ।ଜଳବାୟୁ ପରିବର୍ତ୍ତନ ଧାନ ଉତ୍ପାଦନରେ ବାଧା ସୃଷ୍ଟି କରିଛି । ପ୍ରାକୃତିକ ବିପର‌୍ୟ୍ୟୟ ଧାନ ଚାଷ ପାଇଁ ବାଧକ ସାଜିଛି । ଏଭଳି କ୍ଷେତ୍ରରେ କୃଷି ବୈଜ୍ଞାନିକଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଅତ୍ୟଧିକ ସାର ବ୍ୟବହାର ମାଟିର ମାନ ନଷ୍ଟ କରୁଛି । ଇକୋ ଫ୍ରେଣ୍ଡଲି ଧାନ ଚାଷ ପାଇଁ ବୈଜ୍ଞାନିକଙ୍କ ଉଦ୍ୟମ ଲୋଡା । ଏଥିପାଇଁ ଆମ ବୈଜ୍ଞାନିକ ମାନେ କାର‌୍ୟ୍ୟ କରିବେ ବୋଲି ଆଶା କରାଯାଉଛି ।

Exit mobile version