Home ଅପରାଧ ଠିକାଦାର ଓ ଯନ୍ତ୍ରୀ ଙ୍କର ମଧୁ ଚନ୍ଦ୍ରିକାରେ ନିର୍ମାଣ ହେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗର ସଡ଼କ କାର୍ଯ୍ୟ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ତାଳିପକା ପିଚୁ ରାସ୍ତା କାର୍ଯ୍ୟ କୁ ଗ୍ରାମବାସୀ ଙ୍କ ବିରୋଧ । ଯନ୍ତ୍ରୀ ଙ୍କ ଅନୁପସ୍ଥିତରେ ଚାଲିଛି ନିମ୍ନ ମାନର ରାସ୍ତା ନିର୍ମାଣ କାର୍ଯ୍ୟ.. ୧୦ ଫେବୃଆରୀ, ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ସହ ଗାଁ କୁ ଗାଁ ଯୋଡିବା ଲକ୍ଷ୍ୟ ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ କାର୍ଯ୍ୟ ଆରମ୍ଭ କରିଛନ୍ତି | ହେଲେ ଏହାର ଦାୟିତ୍ୱ ଗ୍ରାମ ଉନ୍ନୟନ (R D) ବିଭାଗ ହାତରେ ଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଙ୍କ ଅନୁପସ୍ଥିତ ରେ ତାଳିପକା ପିଚୁ କାର୍ଯ୍ୟ କୁ ଗ୍ରାମବାସୀ ବିରୋଧ କରିଛନ୍ତି । ତେବେ ଠିକାଦାର ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ପଂଚାୟତର ଡିମ୍ବିରିଝରୀ ଠାରୁ ବନମାଳୀ ପୁରୁ ପାଞ୍ଚ କିଲୋମିଟର ରାସ୍ତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ଏବେ ଜଙ୍ଗଲିଆ ରାସ୍ତା ର ସୁଯୋଗ ନେଇ ବିନା ଯନ୍ତ୍ରୀ ରେ ଲେବୁଲ ନ କରି ଛିଞ୍ଚି ଦେଉଛନ୍ତି ପିଚୁ ଗ୍ରାମସଭାପତି ,କାଳଧୀ ନାୟକ, ହରିବନ୍ଧୁ ଷଡ଼ଙ୍ଗୀ ଯୁଧୀଷ୍ଟିର ନାୟକ, ପବିତ୍ର ପ୍ରଧାନ, ପ୍ରମୁଖ ଅଭିଯୋଗ କଲେ ମଧ୍ୟ ଠିକାଦାର କିମ୍ବା ବିଭାଗୀୟ ଯନ୍ତ୍ରୀ ଶୁଣୁନାହାନ୍ତି । ଖାଲି ଏତିକି ନୁହେଁ କୋଟି କୋଟି ଟଙ୍କାର ଘୋଟାଲା କରି କାମ ରେ ଖିଲାପ କରୁଥିବା ବେଳେ ଅତି ନିମ୍ନ ମାନର କାର୍ଯ୍ୟ ପାଇଁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ରାସ୍ତା ରେ ମାଳିସର ଠାରୁ ଭାଟସାହି ପ୍ରାୟ (୧୦) ରୁ ଉର୍ଦ୍ଧ୍ବ ଗାଁ ଲୋକେ ବସ ବାସ କରୁଥିବା ବେଳେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ତେବେ ଏଠି ସାଧାରଣ ଜନତା ଙ୍କ ପାଇଁ ରାସ୍ତା ଟି ନିର୍ମାଣ ହେଉଥିଲେ ମଧ୍ୟ ସାଧାରଣ ଜନତା ଙ୍କ ଅଭିଯୋଗ କୁ କର୍ଣ୍ଣପାତ ନ କରିବା କଣ ହେଇପାରେ ? ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । Categories: ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ମହାନଗର, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026