ଜଟଣୀ : ତୀର୍ଥଯାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

୧୦ ଫେବୃଆରୀ, ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଜଟଣୀ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନାଗରିକ ମାନେ ଆଜି ତୀର୍ଥଯାତ୍ରା ନିମନ୍ତେ ଭାରତର ବିଭିନ୍ନ ତୀର୍ଥ ସ୍ଥଳୀକୁ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ଜଟଣୀର ପୁର୍ବତନ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ ଠାରେ ଉପସ୍ଥିତ ରହି ସେମାନଙ୍କ ସଫଳ ଯାତ୍ରା ନିମନ୍ତେ ଶୁଭକାମନା ଜଣେଇଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରାଜେନ୍ଦ୍ର ସ୍ୱାଇଁ,ଶଶାଙ୍କ ରାୟ,ବିଜୟ ଛୋଟରାୟ,ରାଜେନ୍ଦ୍ର ପଟ୍ଟନାୟକ ଓ ସୁଦର୍ଶନ ସୁନ୍ଦରାୟ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version