ଫାଇଲେରିଆ ନିରାକରଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

୧୦ ଫେବୃଆରୀ, ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ଶୁକ୍ରବାର ଦିନ ୧୦ ଘଣ୍ଟା ସମୟରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନର୍ଲା ପରିସରରେ ଫାଇଲେରିଆ ନିରାକରଣ ଅଭିଯାନ ଓ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ ମିତ୍ର ଉଦ୍ଘାଟନ କରିଥିବା ବେଳେ ଭୁବନେଶ୍ୱର ଫାଇଲେରିଆ ଡାକ୍ତର ଭେଳାୟୁ ଦମ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ଗୋଛାୟତ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତି ଲିଲି ଦୀପ ମଞ୍ଚାସିନ ହୋଇ ସାମୁହିକ ଭାବରେ ଫାଇଲେରିଆ ଔଷଧ ସେବନ କରିବା ପାଇଁ ନର୍ଲା ଅଞ୍ଚଳବାସିଙ୍କୁ ଅନୁରୋଧ କରିବା ସହିତ ସାମୁହିକ ଭାବରେ ଔଷଧ ସେବନ କରିଥିଲେ ।ଏହି ମହତ୍ କାର୍ଯ୍ୟରେ ବିପିଏମ ସମୀର କୁମାର ପ୍ରଧାନ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଆଶାକର୍ମୀ,ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ରହିଥିବା ବେଳେ ପିରାମଲ ସ୍ୱାସ୍ଥ୍ୟ ଡିପିସି ରଞ୍ଜନ କୁମାର ଦାସ ଏବଂ ବେଦାନ୍ତ ନନ୍ଦଘର ଡିସିଆଇ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Exit mobile version