୧୦ ଫେବୃଆରୀ, ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭଟଲି :- ଭଟଲି ବ୍ଲକ ପରିସରରେ ମିଶନ ଶକ୍ତି SHG ଗ୍ରୁପ୍ ର ମହିଳା ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଓ ସମ୍ମାନୀତ ଅତିଥି ବ୍ଲକ ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ସଂପର୍କରେ ମହିଳା ମାନଙ୍କୁ ଅବଗତ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଭଟଲି ବିଡ଼ିଓ ଶ୍ରୀ ଧୀରେନ୍ଦ୍ର ସେଠୀ, ବିଜେଡି ବ୍ଲକ ସଭାପତି ଶ୍ରୀ ଗୋବିନ୍ଦ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଈଶ୍ୱର ଚନ୍ଦ୍ର ସାହୁ, ଶ୍ରୀ ହେମନ୍ତ ପଣ୍ଡା, ପୂର୍ବତନ ସରପଂଚ ଶ୍ରୀ ଆନନ୍ଦ ଖମାରୀ ପ୍ରମୁଖ ମଞ୍ଚାସୀନ ଥିଲେ ।

