ହରଭଙ୍ଗୀ ଜଳ ସେଚନ ବିଭାଗ ଅଧିନରେ ଡୁମିଗୁଡା ମତ୍ସ୍ୟଜିବୀ ଙ୍କ ସର୍ବ ସାଧାରଣ ବୈଠକ

୧୦ ଫେବୃଆରୀ, ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର.ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡୁମିଗୁଡା ଠାରେ ଥିବା ମତ୍ସ୍ୟଜୀବି ଙ୍କ ସର୍ବ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଟି ଡ଼ମ୍ବଗୁଡା ପଂଚାୟତ ନିକଟସ୍ଥ ଗୁଡୁରୀପଦର ଗ୍ରାମରେ କାରଯାଇଥିଲା l ୨ ବର୍ଷ ଭିତରେ ମାଛମରା ସୋସାଇଟି ର ସଭ୍ୟ ସଭ୍ୟା ମାନଙ୍କୁ ମାଛ ମାରିବା ସକାଶେ ଗ୍ରାମ ସ୍ଥରରେ ସୋସାଇଟି କୁ କିପରି ମଜବୁତ କରାଯାଇ ପାରିବ କିପରି ସଭ୍ୟ ମାନେ ମାଛ ମାରି ସୋସାଇଟି କୁ ଆଣିବେ ସେ ଉପରେ ବୈଠକରେ ଆଲୋଚନା କରାଯାଇଥିଲା lଏହି ବୈଠକରେ ମୁଖ୍ୟ ଅତିଥି ଗଜପତି ଜିଲ୍ଲା ମତ୍ସ ଅଧିକାରୀ ଲିସା ବେହେରା,ମୋହନା ସହକାରୀ ମତ୍ସ୍ୟ ଅଧିକାରୀ ଦୀପ ମଲ୍ଲିକ ସଂମାନିୟ ଅଥିତି ଡ଼ମ୍ବଗୁଡା ପଂଚାୟତ ସରପଞ୍ଚ କୋଲବା ମଲ୍ଲିକ, ଅଡବା ସମିତି ସଭ୍ୟା, ଡୁମିଗୁଡା ମତ୍ସ୍ୟଜୀବି ସୋସାଇଟର ସଭାପତି ସୁକୃ ମଲ୍ଲିକ ସମ୍ପାଦକ ଭାବଗ୍ରାହି ବେହେରା, ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

Exit mobile version