ମୋହନା ଏମକେସିଜି ସ୍ୱତନ୍ତ୍ର ବିଦ୍ୟାଳୟ ସମ୍ପର୍କୀୟ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପ୍ରସାରଣ ନେଇ ଅସନ୍ତୋଷ

୦୯ ଫେବୃଆରୀ ,ଗୁରୁବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ମୋହନାରେ ଥିବା ଏମକେସିଜି ଦୃଷ୍ଟିହୀନ,ବଧିର,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷlଘାତ ସ୍ୱତନ୍ତ୍ର ବିଦ୍ୟାଳୟ ତା’ର ସେବା ମନୋଭାବ ପରାୟଣତା ଚିନ୍ତାଧାରାକୁ ପାଥେୟ କରି ଅଞ୍ଚଳ ତଥା ଜିଲ୍ଲାରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ବେଳେ ସମ୍ପ୍ରତି ଜନୈକ କଳୁଷିତ ବ୍ୟକ୍ତିତ୍ଵଙ୍କ ବ୍ୟକ୍ତିଗତ ଆକ୍ରୋଶକୁ କିଛି ଗଣମାଧ୍ୟମରେ ପ୍ରତିଫଳିତ କରୁଥିବା ଜଣାଯାଇଛି । ଅଞ୍ଚଳର ଦିବ୍ୟାଙ୍ଗ ଦୃଷ୍ଟିହୀନ , ମାନସିକ ଅନଗ୍ରସର ଏବଂ ମସ୍ତିସ୍କ ପକ୍ଷାଘାତ ପୀଡ଼ିତ ଆଦିବାସୀ ଏବଂ ଆର୍ଥିକ ଅନଗ୍ରସର ବର୍ଗର କୋମଳମତି ଶିଶୁଙ୍କୁ ଆବାସିକ ଶିକ୍ଷା ପ୍ରଦାନ ସହ ସେମାନଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ରାସ୍ତା ଦେଖାଉଥିବା ଏହି ଅନୁଷ୍ଠାନ ସମ୍ପର୍କରେ ଜନୈକ ଗଣମାଧ୍ୟମ ପ୍ରତିନିଧି ବୋଲାଉଥିବା ବ୍ୟକ୍ତି ଏଭଳି ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ମିଥ୍ୟା ଖବର ଛlପିବାକୁ ଦେଉଛନ୍ତି l ଏମକେସିଜି ସ୍ୱତନ୍ତ୍ର ବିଦ୍ୟାଳୟ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପାଇଁ ଅନୁମୋଦନ ନ ହେବାର କାରଣକୁ ନେଇ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ମିଛ ଖବର ପ୍ରସାରଣ କରି ଅନୁଷ୍ଠାନକୁ ବଦନାମ କରିବାର ପ୍ରୟାସ ଜାରି ରଖିଥିବା ନେଇ ବିଦ୍ୟାଳୟ ପରିଚାଳନା କମିଟି ଅଭିଯୋଗ କରିଛି । ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ୨୦୨୨- ୨୩ ର ଅନୁଦାନ ଏବଂ ମାନସିକ ଓ ଅନଗ୍ରସ ମସ୍ତିସ୍କ ପକ୍ଷଘାତ ସ୍ବତନ୍ତ ବିଦ୍ୟାଳୟ ପାଇଁ ୨୦୨୨- ୨୩ ବର୍ଷର ଅନୁଦାନ ଆବେଦନର ସ୍ଥିତାବସ୍ଥା ଅନୁଧ୍ୟାନ ପାଇଁ ଆସିଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସନତି ଦେଇ, DSSO କ୍ଲକ ସୁମନ ଓ ସବ୍ ଡିବିଜନ୍ ଅଧିକାରିଣୀ ବଡ ରଇତ ମହୋଦୟ ଜାନୁୟାରୀ ୩୧ ତାରିଖରେ ଅନୁଷ୍ଠାନକୁ ଆସି ଅନୁଧ୍ୟାନ କରି ଫେରିଛନ୍ତି । ଅତଏବ କିଛି ଗଣମାଧ୍ୟମରେ ବିଭ୍ରାନ୍ତିକର ଖବର ପ୍ରସାରଣ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ଅନୁମୋଦନ ସକାଶେ ବିଭାଗୀୟ ଉପଦେଶକୁ ଅନୁମୋଦନ ନ ପାଇବାର କାରଣ ଦର୍ଶାଇ ଅନୁଷ୍ଠାନକୁ ବଦନାମ କରୁଥିବା ପରିଚାଳନା କମିଟି ପକ୍ଷରୁ ସମ୍ପାଦକ ଦଣ୍ଡାସୀ ସାହୁ ସ୍ପଷ୍ଟୀକରଣ ରଖିଛନ୍ତି । ବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ଅସମ୍ପୂର୍ଣ୍ଣ ତଥ୍ୟରୁ କମ ସଂଖ୍ୟକ କର୍ମଚାରୀ ବୋଲି ଦର୍ଶାଇ ବିଭାଗ ପଦକ୍ଷେପ ଗ୍ରହଣ ପାଇଁ କରିଥିବା ଚିଠି ବିଷୟରେ ତଥ୍ୟ ନ ରଖି ମିଥ୍ୟା ଖବର ପ୍ରକାଶନ ନିରପେକ୍ଷ ସାମ୍ବାଦିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିବା କମିଟି ପ୍ରତିକ୍ରିୟା ରଖିଛି l ବ୍ୟକ୍ତିଗତ ଆକ୍ରୋଶ ଆଳରେ ଜାଣିଶୁଣି ମନ୍ଦ ଉଦ୍ଦେଶ୍ୟ ଭାବେ ବ୍ୟକ୍ତିଗତ କିମ୍ବା ଆନୁଷ୍ଠାନିକ ଖବର ପରିବେଷଣ ବିରୋଧରେ ଅଞ୍ଚଳବାସୀଙ୍କ ମନରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହାର ଦୃଢ଼ ବିରୋଧ କରୁଥିବା ଜଣାଯାଇଛି ।

Exit mobile version