Home ଓଡ଼ିଶା ରାସ୍ତା କାର୍ଯ୍ୟ ଅସମ୍ପୂର୍ଣ୍ଣ ଯୋଗୁ ଜନ ଅସନ୍ତୋଷ ବଢୁଛି : ୧.୫ କୋଟି ଟଙ୍କା ଚଳୁ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp କାହିଁକି ଆମ ଦୁଃଖ ବୁଝୁନାହାନ୍ତି, ଆମ ଖଣ୍ଡପଡ଼ା ବିଧାୟକ ..? ଯନ୍ତ୍ରୀ ଓ ଠିକାଦାର ମଧୁଚନ୍ଦ୍ରିକା ୧.୫ କୋଟି ଟଙ୍କା ଚଳୁ : ସିଂଘାପଡା – ରୁପାପଲ୍ଲୀ ରାସ୍ତାର ଦୁରଵସ୍ଥାକୁ ନେଇ ଜନ ଅସନ୍ତୋଷ । ୦୯ ଫେବୃଆରୀ ,ଗୁରୁବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖଣ୍ଡପଡ଼ା :- ସିଂଘାପଡା-ରୁପାପଲ୍ଲୀ ରାସ୍ତାର ଦୁରଵସ୍ଥାକୁ ନେଇ ଜନ ଅସନ୍ତୋଷ । ଖଣ୍ଡପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସିଂଘାପଡାରୁ ନିକଟସ୍ଥ ରୁପାପଲ୍ଲୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଦୁରାବସ୍ଥାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଉକ୍ତ ରାସ୍ତାର ଉନ୍ନତି କରଣ ନିମନ୍ତେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୧.୫ କୋଟି ଟଙ୍କା ଅନୁଦାନ ଅର୍ଥ ମଞ୍ଜୁର ପରେ ଠିକାଦାରଙ୍କ ଦ୍ବାରା ରାସ୍ତାର ଉନ୍ନତି କରଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।ଠିକାଦାର ରାସ୍ତା ଖୋଳତାଡ଼ କରି ମେଣ୍ଟାଲ ଓ କ୍ରସର ଡଷ୍ଟ ପକାଇବା ପରେ ଏବେ ୩ମାସ ହେଲା ରାସ୍ତା କାର୍ଯ୍ୟ ବନ୍ଦ ରହିଛି । ଫଳରେ ଉକ୍ତ ରାସ୍ତା ଦେଇ ଯାତାୟତ କଲାବେଳେ ଧୂଳି ଓ ଧୂଆଁରେ ସ୍ଥାନୀୟ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି । ରାସ୍ତା ପାର୍ଶ୍ବରେ ସ୍ଥାୟୀ ବାସଗୃହ ନିର୍ମାଣ କରି ରହୁଥିବା ଲୋକମାନେ ବିଶେଷ କରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ କତ୍ତୃପକ୍ଷଙ୍କ ଉଦାସୀନତାର ସୁଯୋଗ ନେଇ ସଂପୃକ୍ତ ଠିକାଦାର ମନଇଛା ରାସ୍ତାକାମ କରୁଥିବାରୁ ଉକ୍ତ ରାସ୍ତାଟି ଏଵେ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ରାସ୍ତା ସାରା ମେଣ୍ଟାଲ ବିଛାଡି ହୋଇ ପଡିରହିଥିବାରୁ ସ୍ଥାନୀୟ ବାସିନ୍ଦା ଯାତାୟାତ କଲାବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ଖଣ୍ଡପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ମଧ୍ୟ କୈାଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଉଚ୍ଚ କତ୍ତୃପକ୍ଷଙ୍କ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ରାସ୍ତା କାର୍ଯ୍ୟ ଶେଷ ନିମନ୍ତେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content BEE Organises Influencers’ Conclave 2026 by Proprietor Abhimanyu Maharana October 18, 2026 ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍ by Proprietor Abhimanyu Maharana October 18, 2026 ଐତିହାସିକ ୨୦୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ସଚେତନତା ପଦଯାତ୍ରା by Proprietor Abhimanyu Maharana October 18, 2026 ମହାପ୍ରଭୁ ଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ରାଜ୍ୟପାଳ by Proprietor Abhimanyu Maharana October 18, 2026 ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବୈକୁଣ୍ଠ ନାଥ ଦାଶଙ୍କ ପରଲୋକ by Proprietor Abhimanyu Maharana October 17, 2026 ଗୋସାଇଁନୂଆଗାଁ ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଶ୍ରଦ୍ଧାଳୁଙ୍କ ପାଇଁ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା by Proprietor Abhimanyu Maharana October 17, 2026