କଳାହାଣ୍ଡି ଜିଲ୍ଲା ରୁ ନୟାଗଡ ଜିଲ୍ଲା ପର୍ଯ୍ୟନ୍ତ ଦୁର୍ନୀତିର ଚେର, ଧୀରେ ଖୋଲୁଛି ଗୁମର
କଳା କାରନାମା ରେ ଲିପ୍ତ ଥାଇ ନିଜକୁ ସମାଜସେବୀ ବୋଲି ଡିଣ୍ଡିମ ପିଟୁଥିବା ଜଣେ ସମାଜସେବୀ ଙ୍କ ସ୍ତ୍ରୀ ହେଉଛନ୍ତି ଏହି ଠିକାଦାରୀ ଠିକା ସଂସ୍ଥା ର ମାଲିକ ବୋଲି ଚର୍ଚ୍ଚା ଚାଲିଛି ।

୦୯ ଫେବୃଆରୀ ,ଗୁରୁବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି/ନୟାଗଡ :- ଚୁକ୍ତି ର ନିୟମ ଅବମାନନା କରିବା, ନିୟମ ପାଳନ ନ କରିବା ,କର୍ମଚାରୀ ଙ୍କୁ ଦରମା ସହିତ ପ୍ରତିମାସରେ ପ୍ରତିମାସରେ ଇ ପି ଏଫ୍ ପ୍ରଦାନ କରା ନଯିବା ଆଦି ବିଭିନ୍ନ କାର୍ଯ୍ୟ ର ଖିଲାପକୁ ନେଇ ବ୍ଲାକ୍ ଲିଷ୍ଟେଡ୍ ହୋଇଛି ଠିକାଦାରୀ ଠିକା ସଂସ୍ଥା । ଏ ନେଇ କଳାହାଣ୍ଡି ଜିଲ୍ଲାପରିଷଦ କାର୍ଯ୍ୟାଳୟରୁ ଗତ ଫେବୃଆରୀ ମାସ ୪ ତାରିଖ ଚିଠି ନଂ ୫୬୧ ରେ ଠିକା ସଂସ୍ଥା ଜଗନ୍ନାଥ ପ୍ରସାଦ ନର୍ସରୀ ର ମାଲିକ ଙ୍କୁ ଚିଠି କରାଯାଇଛି । ତତ୍ ସହିତ ଏହି ସଂସ୍ଥା ର ଚୁକ୍ତି ରଦ୍ଦ କରାଯାଇଥିବା ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠନ ପାଇଁ ଖୋର୍ଦ୍ଧା ଜିଲ୍ଲା ଶ୍ରମିକ କାର୍ଯ୍ୟାଳୟ ସମେତ ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ଙ୍କୁ ଚିଠିରେ ଉଲ୍ଲେଖ କରାଯାଇଛି । ଏହି ଠିକାଦାରୀ ଠିକା ସଂସ୍ଥା ଜଗନ୍ନାଥ ପ୍ରସାଦ ନର୍ସରୀ ମାଲିକଙ୍କ ଠିକଣା ଭୁବନେଶ୍ବର ଆଇ ଆର୍ ସି ଭିଲେଜ୍ ,ନୟାପଲ୍ଲୀ , ପ୍ଲଟ୍ ନଂ ୩/୪୪୧ ରେ କଳାହାଣ୍ଡି ଜିଲ୍ଲାପାଳ ଚିଠି କରିଥିବା ଜଣା ପଡିଛି । ତେବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରୁ ଜଙ୍ଗଲ ସଫା କରିବାରେ ଲାଗିଥିବା ଏବଂ କଳା କାରନାମା ରେ ଲିପ୍ତ ଥାଇ ନିଜକୁ ସମାଜସେବୀ ବୋଲି ଡିଣ୍ଡିମ ପିଟୁଥିବା ଜଣେ ସମାଜସେବୀ ଙ୍କ ସ୍ତ୍ରୀ ହେଉଛନ୍ତି ଏହି ଠିକାଦାରୀ ଠିକା ସଂସ୍ଥା ର ମାଲିକ ବୋଲି ଚର୍ଚ୍ଚା ଚାଲିଛି । ଦେଖାଯାଉ ଆଗକୁ ସମାଜସେବୀ ଙ୍କ ଆଉ କେତେ ଦୁର୍ନୀତି ଖୋଲୁଛି ତାହା ଦେଖିବାକୁ ବାକି ରହିଲା ।
