Home ଓଡ଼ିଶା ପ୍ରସ୍ତୁତି ସଂପର୍କରେ ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଦ୍ୟା : ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମୀକ୍ଷା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଫେବୃୟାରୀ ୧୨ରୁ ୧୪ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ ରେ ଇସ୍ରୋ ମହାକାଶ ବିଜ୍ଞାନ ପ୍ରଦର୍ଶନୀ ୦୯ ଫେବୃଆରୀ ,ଗୁରୁବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ), ମହାକାଶ ପ୍ରୟୋଗ କେନ୍ଦ୍ର, ବିକ୍ରମ ସରାଭାଇ ମହାକାଶ ପ୍ରଦର୍ଶନୀ ଦ୍ୱାରା ‘ସ୍ପେସ ଅନ ହୁଇଲ’ ପ୍ରଦର୍ଶନୀ ଫେବୃୟାରୀ୧୨ରୁ ୧୪ତାରିଖ ୩ଦିନ ଧରି କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୩ , ଭୁବନେଶ୍ୱର ଠାରେ ଆୟୋଜିତ ହେବ କ୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଦର୍ଶନୀ ଆୟୋଜନ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଦ୍ୟା, ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସଂଧ୍ୟାରେ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ (ସ୍ୱତନ୍ତ୍ର ସର୍କିଟ ହାଉସ ) ଠାରେ ଅନୁଷ୍ଠିତ ହୋଇଯାଇଛି କ୍ଷ ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମହାକାଶ ଓ ମହାକାଶ ବିଜ୍ଞାନ ସମ୍ପକିତ ସୂଚନା ପ୍ରଦାନ ଓ ଜ୍ଞାନ ଆହରଣ କରାଇବା, ୫୦ବର୍ଷ ଧରି ଭାରତୀୟ ମହାକାଶ ବିଜ୍ଞାନର ସଫଳତାକୁ ଲୋକଲୋଚନକୁ ଆଣିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ କ୍ଷ ମହାକାଶ ଗବେଷଣାର ଇତିହାସ,ମହାକାଶକୁ ଯାତ୍ରା, ଉପଗ୍ରହକୁ ଅବସ୍ଥାପିତ କରୁଥିବା ଯାନ, ପାରସ୍ପରିକ ଆଲୋଚନା, ମଡେଲ ଏବଂ ବିଶେଷଜ୍ଞଙ୍କ ସହିତ ଆଲୋଚନା, ବିଷୟଭିତ୍ତିକ ଆଲୋଚନା, ଭିଡିଓ ଚିତ୍ର ଆଦି ଏହି ପ୍ରଦର୍ଶନୀ ଦିନମାନଙ୍କରେ ପ୍ରଦର୍ଶିତ ହେବ । ଏଥିପାଇଁ ଇସ୍ରୋ-ସାକ – ଭିଏସଏସସି ତରଫରୁ ୧୧ ଜଣିଆ ପ୍ରତିନିଧି ଦଳ ୧୦ଫେବୃଆରୀ ସୁଦ୍ଧା ଭୁବନେଶ୍ୱରରେ ପହଂଚି ପ୍ରସ୍ତୁତି କାର୍ୟ୍ୟ ତଦାରଖ କରିବେ କ୍ଷ ପ୍ରଦର୍ଶନୀକୁ ପ୍ରତିଦିନପ୍ରାୟ ୧୪୦୦ଛାତ୍ର ଛାତ୍ରୀ ବିଭିନ୍ନ ପର୍ୟ୍ୟାୟରେ ବୁଲି ଦେଖିବା ସହ ସମ୍ପର୍କିତ ଉପରୋକ୍ତ ବିଭିନ୍ନ କାର୍ୟ୍ୟକ୍ରମରେ ସାମିଲ ହେବେ କ୍ଷ ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପାଇଁ ଏହି ସୁଯୋଗ ରହିବ କ୍ଷ ପ୍ରଦର୍ଶନୀ ୧୨ ଓ ୧୩ ତାରିଖରେ ପ୍ରତ୍ୟହ ସକାଳ ୯ରୁ ଅପରାହ୍ଣ ୫ଟା ଓ ୧୪ତାରିଖରେ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ଖୋଲା ରହିବ କ୍ଷ ଏହି ପ୍ରଦର୍ଶନୀକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଆଂଚଳିକ ପରିବହନ ଅଧିକାରୀଙ୍କ ତତ୍ତ୍ୱଵଧାନରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସରକାରୀ ବିଦ୍ୟାଳୟରୁଛାତ୍ରଛାତ୍ରୀମାନେ ପ୍ରଦର୍ଶନୀ ଦେଖିବା ପାଇଁ ଯାତାୟାତ ବ୍ୟବସ୍ଥା କରାଯିବା ସହ ସମ୍ପର୍କିତ ବିଭିନ୍ନ ବିଭାଗ ତରଫରୁ ଅନୁଷଙ୍ଗିକ ବ୍ୟବସ୍ଥା ପାଇଁ ବୈଠକରେ ମନ୍ତ୍ରୀ ଶ୍ରୀ ପଣ୍ଡା ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ କ୍ଷବିଶେଷ କରି ସ୍ୱେଛାସେବୀ ମୁତୟନ, ଟାଫିକ ପରିଚାଳନା, ବେରିକେଡିଙ୍ଗ ବ୍ୟବସ୍ଥା, ପାନୀୟଜଳ ଓ ପରିମଳ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟନିର୍ବାହୀ, ଜିଲ୍ଲା ପରିଷଦ ଶ୍ରୀ ଦିଗନ୍ତ କୁମାର ରାଉତରାୟ, ଭୁବନେଶ୍ୱର ମହାନଗର ନିଗମ ଡେପୁରୀ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଶ୍ୱନାଥ ତରାଇ, ବରିଷ୍ଠ ବୈଜ୍ଞାନିକ ଶ୍ରୀ ଏଲ୍.ଏନ୍. ପାଢୀ, କ୍ୟାପିଟାଲ ହାଇ ସ୍କୁଲ –ୟୁନିଟ-୩ ର ପ୍ରଧାନ ଶିକ୍ଷକ ଶ୍ରୀ ଜିତେନ୍ଦ୍ର ନାୟକଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ by Proprietor Abhimanyu Maharana September 12, 2026 ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ by Proprietor Abhimanyu Maharana September 12, 2026 ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ - ଉଲ୍ଲାସ ଜନସଚେତନତା ପଦଯାତ୍ରା by Proprietor Abhimanyu Maharana September 12, 2026 ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ by Proprietor Abhimanyu Maharana September 12, 2026 ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ by Proprietor Abhimanyu Maharana September 12, 2026 ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026