୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- କେନ୍ଦ୍ର ସରକାର ଆଗତ କରିଥିବା ୨୩-୨୪ର ବଜେଟ ରେ ଖାଦ୍ୟ ଶସ୍ୟ ସଂଗ୍ରହ ବାବଦକୁ ଗତ ବଜେଟ ତୁଳନାରେ ୨୦ହଜାର କୋଟି ଟଙ୍କା ର ବ୍ୟୟ ବରାଦ କମାଇ ଦେଇ ଚାଷୀ କୂଳକୁ ହତାଶା କୁ ଠେଲି ଦେଇ ଛନ୍ତି। ସେହିପରି ୧୮ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ ସ୍ଥାନରେ ୮୦ଭାଗ କମାଇ ଦେଇ କେବଳ ମାତ୍ର ୪ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ ପାଇଁ ଏଫସିଆଇକୁ ନିର୍ଦ୍ଦେଶ ଦେବା କଥା ଗତ ଦିନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ର ବିଧାୟକ ଓ ପୂର୍ବତନ ସାଂସଦ କହିଥିଲେ। 
ତେବେ ବରଗଡ଼ ରେ ବସି ଚାଷୀ ରାଜନିତୀ ହାସ୍ୟ ସ୍ପଦ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆମ୍ ଆଦମୀ ପାର୍ଟିର ର ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି। ସେହିପରି ସଂସଦ ର ଉଭୟ ଗୃହରେ ବିଜୁ ଜନତା ଦଳ ର ସାଂସଦ ଥାଇ ମଧ୍ୟ ଭାରତୀୟ ଜନତା ପାର୍ଟିର ସାଂସଦ ଚାଷୀ ଙ୍କ କଥା ଉଠାଉନଥିବା କହିଥିଲେ। ତେବେ ତାଙ୍କ ଦଳର ସାଂସଦମାନେ ପର୍ଲିଆମେଣ୍ଟ ଏହି କଥା ଉଠାଉନାହାନ୍ତି ବୋଲି ଅଭିଯୋଗ କରିଥିଲେ। ଉଭୟ ଦଳ ଓଡ଼ିଶାର ଚାଷୀ ଙ୍କ ପାଇଁ କିଛି କରୁନାହାନ୍ତି। କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସେ କହିଥିଲେ। ଆସନ୍ତା ଦିନରେ ଚାଷୀମାନେ ଏହାର ଉଚିତ୍ ଜବାବ୍ ଦେବେ ବୋଲି କହିଥିଲେ।
