0୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆନ୍ଧ୍ରପ୍ରଦେଶର ତିରୁପତି :- ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ରାଷ୍ଟ୍ରିୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ୱାମୀ ନାରାୟଣ ଭାଷ୍ୟ ସମର୍ପିତ କରା ଯାଇ ଅଛି । ସ୍ୱାମୀ ନାରାଯଣ ସଂସ୍ଥା, ଗୁଜରାଟର ରାଜକୋଟରେ ଥିବା ସ୍ୱାମୀ ନାରାୟଣ ଗୁରୁକୁଳର ଶ୍ରୀଗୋପାଳ ନନ୍ଦ ସ୍ୱାମୀ ଏବଂ ମୁକ୍ତାନନ୍ଦ ସ୍ୱାମୀ ଏହି ଭାଷ୍ୟକୁ ରଚନା କରି ଥିଲେ । ଆଜି ସ୍ୱାମୀ ସ୍ୱରୁପା ନନ୍ଦ ଦାସ, ପ୍ରଭୁ ଚରଣ ସ୍ୱାମୀ, ମଧୁସୁଦନ ସ୍ୱାମୀ, ହରିକୃଷ୍ଣ ସ୍ୱାମୀ ବିଶ୍ୱ ବିଦ୍ୟାଳୟ ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଏକ ଶୋଭା ଯାତ୍ରାରେ ପହଂଚି ଥିଲେ । ବିଶ୍ୱ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ହରେକୃଷ୍ଣ ନାମ ସଂକିର୍ତନ କରି କୁଳପତିଙ୍କ ନିବାସ ଠାରୁ ଶୋଭା ଯାତ୍ରା ଆରମ୍ଭ କରି ଜଗନ୍ନାଥ ମନ୍ଦିର ଯାଏ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ଯାଇ ଥିଲେ । 
ଏହି ଆଧ୍ୟାତ୍ମିକ ଶୋଭା ଯାତ୍ରାରେ ବିଶ୍ୱ ବିଦ୍ୟାଳୟର ମାନନୀୟ କୁଳପତି ମହାମହୋପାଧ୍ୟାୟ ପ୍ରୋଫେସର ଜିଏସ୍ଆର କୃଷ୍ଣ ମୁର୍ତି ମୁଖ୍ୟ ଭାବରେ ନେତୃତ୍ୱ ନେଇ ଅନ୍ୟ ସନ୍ଥ ମାନଙ୍କୁ ମଧ୍ୟ ଉତ୍ସାହିତ କରି ଥିଲେ । ବିଶ୍ୱବିଦ୍ୟାଳୟର ଅନେକ ପ୍ରୋଫେସର ଯଥା ଡା. ଭାରତ ଭୁଷଣ ରଥ, ଡା. ତପନ କୁମାର ଘଡାଇ, ଡା. ପ୍ରସନ୍ନ କୁମାର ପଣ୍ଡା, ଡା.ଦୁର୍ଗା ଶରଣ ରଥ, ଡା. ଭେଂକଟା ଚାରୀ, ଏବଂ ଶତାଧିକ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ଥିଲେ ।
