Home ଓଡ଼ିଶା ହୋ ମୁଣ୍ଡାରୀ ଭୂମିଜ ଆଦିବାସୀ ଭାଷା କୁ ସମ୍ବିଧାନ ର ଅଷ୍ଟମ ସୂଚୀରେ ସାମିଲ : କେନ୍ଦୁପତ୍ର ରୁ ଜିଏସଟି ଛାଡ଼ ଟିଏସପି ଲାଗୁ – ଦାବୀ କଲେ – ସାଂସଦ ନିରଞ୍ଜନ ବିଶି by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ଓଡିଶା ରାଜ୍ୟରେ ଥିବା ବାସଠି ପ୍ରକାର ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ୧୬୯ ଅଂଶ, ବଂଶ,ଗୋଷ୍ଠୀ ଯଥା ସଅର,ତlମlଡ଼ିଆ,ଭଞ୍ଜପୁରାଣ,କଳଙ୍ଗା,ପହଁରିଆ,ଝୋଡ଼ିଆ,ମାଙ୍କିଡିଆ, ଦୁରୁଆ, ଚୁକଟିଆ ଭୁଞ୍ଜିଆ,ପାଉଡି ଭୁଞ୍ଜିଆ,ଅ ମାନଟିଆ,ବେଲଦାର ଗଣ୍ଡ,ବୁଡୁ କନ୍ଧ,ବୁଢ଼ା କନ୍ଧ, ଭୋକତା,ବୋଡା ଶବର,ବୋଇ ଗଦବା,ବାରେଙ୍ଗା ଝୋଡ଼ିଆ,ପରଜା,ଚେରେଙ୍ଗା କୋଲ୍ହ,ଚପୁଅ କମାର,ଏରେଙ୍ଗା ମୁଣ୍ଡା,ଏରେଙ୍ଗା କୋଲ୍ହ,ଗୁମ୍ଫା କୋୟା,ଯୋଡ଼ିଆ କନ୍ଧ,କନୱାର,ଖଣ୍ଡାୟତ ଭୂୟାଁ,କନ୍ଧିଆ,କୋରା,ନାଗେଶ୍ୱର,ନlଗବନସି ମୁଣ୍ଡା,ଓଲେରା ଗଦବା,ପୁରାଣ,ପାହାଡି ଖରିଆ,ସାନ ଗଦବା,ନାକାସିଆ,ଭୂଇଁହାର,ପ୍ରମୁଖ ଛାଡ଼ିହୋଇଥିବା ଆଦିବାସୀ ସମ୍ପ୍ରଦାୟ ର ଗୋଷ୍ଠୀ କୁ ଆଦିବାସୀ ତାଲିକାରେ ସାମିଲ କରିବା ପାଇଁ ଓଡିଶା ର ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି l ସମ୍ବିଧାନ ପ୍ରଦତ୍ତ ଅଧିକାର ରୁ ଉକ୍ତ ଆଦିବାସୀ ଗୋଷ୍ଠୀ ବଞ୍ଚିତ ହେଉଛନ୍ତି l ଶିକ୍ଷା,ସାମାଜିକ, ଅର୍ଥନୈତିକ, ରାଜନୈତିକ ଅଧିକାର ରୁ ଏହି ଆଦିବାସୀ ମାନଙ୍କୁ ବିକଶିତ କରିବାକୁ ହେଲେ ରାଜ୍ୟ ଆଦିବାସୀ ତାଲିକାରେ ସାମିଲ କରିବା ଆବଶ୍ୟକ ବୋଲି ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l ଦ୍ଵିତୀୟ ରେ ଓଡିଶା ରାଜ୍ୟର ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ,କେନ୍ଦୁପତ୍ର ବନ୍ଧାଳୀ,ବିଡି ଶ୍ରମିକ, ଅସ୍ଥାୟୀ କର୍ମଚାରୀ ମାନଙ୍କୁ ଓଡିଶା ସରକାର କେନ୍ଦୁପତ୍ର ଲାଭଂଶ ରୁ ବୋନସ,ଛାତ୍ରବୃତ୍ତି,ବିବାହ ସହାୟତା,ପ୍ରୋତ୍ସାହନ ରାଶି,ମୃତ୍ୟୁ କାଳିନ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି l କେନ୍ଦୁପତ୍ର ଶ୍ରମିକ ମାନଙ୍କ ମଧ୍ୟରେ ଅଧିକାଂଶ ଆଦିବାସୀ ଅଛନ୍ତି l ଆଦିବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ 2006 ଅନୁସାରେ ଆଦିବାସୀ ମାନେ କେନ୍ଦୁପତ୍ର ଏବଂ ସଂଗ୍ରହ ବିକ୍ରୟ କରିବା ଅଧିକାର ହାସଲ କରିଛନ୍ତି l କେନ୍ଦ୍ର ସରକାର ତୁରନ୍ତ ଅଠର ପ୍ରତିଶତ ଜିଏସଟି ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବୀ କରିସାରିଛନ୍ତି l ଅତଏବ କେନ୍ଦୁପତ୍ର ରୁ ଜିଏସଟି ପ୍ରତ୍ୟାହାର କଲେ ଓଡିଶା ରାଜ୍ୟ ର ଆଦିବାସୀ ବିଶେଷ ଲାଭlନ୍ୱିତ ହୋଇପାରିବେ ବୋଲି ସାଂସଦ ଶ୍ରୀ ବିଶି ଦାବୀ କରିଛନ୍ତି l ତୃତୀୟ ରେ ସାଂସଦ ଶ୍ରୀ ବିଶି ଦାବୀ କରିଥିଲେ ଯେ ଆଦିବାସୀ ଭାଷା ହୋ,ଭୂମିଜ, ମୁଣ୍ଡାରୀ କୁ ସମ୍ବିଧାନ ର ଅଷ୍ଟମ ସୂଚୀ ରେ ସାମିଲ କରାଯାଉ l ଓଡିଶା ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟ ର ଲୋକ ମାନଙ୍କ ଶିକ୍ଷା ସଂସ୍କୃତି କୁ ଦୃଷ୍ଟି ରେ ରଖି ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ନିଜ ମାତୃଭାଷା ରେ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ. କେନ୍ଦ୍ର ସରକାର ଆଦିବାସୀ ଭାଷା ସଂସ୍କୃତି କୁ ଅବହେଳା କରୁଛନ୍ତି l ଯାହାଦ୍ୱାରା ଆଦିବାସୀ ବିକାଶ ବାଧାପ୍ରାପ୍ତ ହେଉଛି l ହୋ,ଭୂମିଜ,ମୁଣ୍ଡାରୀ ଭାଷା କୁ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ କଲେ ଉକ୍ତ ସମ୍ପ୍ରଦାୟ ର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ l ସାଂସଦ ଶ୍ରୀ ବିଶି ଆହୁରି କହିଥିଲେ ଯେ ଓଡିଶା ର ଆଦିବାସୀ ମାନଙ୍କ ବିକାଶ ପାଇଁ ତତ୍କାଳୀନ କେନ୍ଦ୍ର ସରକାର ଆଦିବାସୀ ଉପ ଯୋଜନା (ଟ୍ରାଇବlଲ ସବ ପ୍ଲାନ ) ଅନୁସୂଚିତ ଜାତି ଙ୍କ ବିକାଶ (ଏସ.ସି.ଏସ.ପି ) ଅନୁସୂଚିତ ଜାତି ଉପ ଯୋଜନା ଏବଂ ଅବିଭକ୍ତ କଳାହାଣ୍ଡି ବଲାଙ୍ଗିର କୋରାପୁଟ ର ବିକାଶ ପାଇଁ (କେବିକେ) ଯୋଜନା କରିଥିଲେ l ଉକ୍ତ ଯୋଜନା କୁ ବର୍ତମାନ ର ସରକାର ବନ୍ଦ କରିଦେଇଛନ୍ତି l ତେଣୁ ତୁରନ୍ତ ଉକ୍ତ ଯୋଜନା ଗୁଡିକୁ କେନ୍ଦ୍ର ସରକାର ଲାଗୁ କରି ପାଣ୍ଠି ପ୍ରଦାନ କରିବାକୁ ସାଂସଦ ଶ୍ରୀ ବିଶି ଦାବୀ କରିଛନ୍ତି l Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026