ପଞ୍ଚାୟତ ସମିତି ମହାବିଦ୍ୟାଳୟଠାରେ ୪୦ତମ ବାର୍ଷିକ ଉତ୍ସବ

୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ ବଲାଙ୍ଗିର ଜିଲ୍ଲା :- ପାଟଣାଗଡ ଉପଖଣ୍ଡ ବେଲପଡା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ‌ ପାଟଣାଗଡ଼ ବିଧାୟକ ତଥା ଓଡ଼ିଶା ସରକାରଙ୍କ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆସ୍ଥା ପବ୍ଲିକ ସ୍କୁଲର ଚେୟାରମେନ ଶଙ୍କର ପ୍ରସାଦ ଜୈନ, କେ.ଭି କଲେଜର ଅଧ୍ୟାପକ ସତ୍ୟବ୍ରତ ମିଶ୍ର ଯୋଗ ଦେଇଥିଲେ । ବେଲପଡା କଲେଜ ଅଧ୍ୟକ୍ଷ ନବୀନ କୁମାର ମେହେର, ଯୁକ୍ତଦୁଇ ସାଂସ୍କୃତିକ ସଭାପତି ମନୋଜ କୁମାର ମହାଖୁଡ, କଲେଜ ଅଧ୍ୟାପକ ସୁଦାମ ଚରଣ ମହାପାତ୍ର ମଞ୍ଚାସୀନ ଥିଲେ । ସମସ୍ତ ଅତିଥିମାନଙ୍କୁ କଲେଜର ଛାତ୍ରୀମାନେ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ସୁରେଶ ମେହେର ସଭା ପରିଚାଳନା କରିଥିବା ବେଳେ ପ୍ରଥମେ ସମସ୍ତ ଅତିଥିମାନଙ୍କ ଦ୍ଵାରା ଦୀପ ପ୍ରଜ୍ୱଳନ କରାଯାଇଥିଲା ।ପରେ ସମସ୍ତ ଅତିଥି ନିଜ ନିଜର ସମ୍ଭାଷଣ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥିଙ୍କ କରକମଳରେ ବିଭିନ୍ନ ବିଭାଗର ଚମ୍ପିୟାନ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି । ପରେ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ । ସେଠାରେ ବିଧାୟକଙ୍କ ପ୍ରତିନିଧି କୁମୁଦ ମହାଖୁଡ (ବାପି), ଗଣେଶ ମେହେର, ରବିନ୍ଦ୍ର ମେହେର, ମୁନା ମେହେର, ବିଜୁ ଜନତା ଦଳର ବ୍ଲକ ସଭାପତି ଲକ୍ଷ୍ମଣ ମେହେର ଓ ବେଲପଡା ବ୍ଲକର ବିଜେଡି ନେତାମାନେ ଉପସ୍ଥିତ ଥିଲେ ।

Exit mobile version