ଏୟାରଟେଲ୍ ପକ୍ଷରୁ ଓଡିଶାର ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱର ସହରରେ ଏହାର ଅତ୍ୟାଧୁନିକ ୫ଜି ସେବାର ଶୁଭାରମ୍ଭ ଘୋଷଣା କରାଯାଇଛି ।

୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଏୟାରଟେଲ୍ ପକ୍ଷରୁ ଓଡିଶାର ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱର ସହରରେ ଏହାର ଅତ୍ୟାଧୁନିକ ୫ଜି ସେବାର ଶୁଭାରମ୍ଭ ଘୋଷଣା କରାଯାଇଛି । ଏୟାରଟେଲ୍ର ୫ଜି ସେବାଗୁଡିକ ପୂର୍ବରୁ ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀରେ ଉପଲବ୍ଧ ହୋଇଥିଲା । କମ୍ପାନୀ ଏହାର ନେଟ୍ୱର୍କ ନିର୍ମାଣ ଓ ରୋଲ୍-ଆଉଟ୍ ଶେଷ କରିବା କାର୍ଯ୍ୟ ଜାରି ରଖିଥିବାରୁ ଏୟାରଟେଲ୍ ୫ଜି ପ୍ଲସ୍ ସେବା ଗ୍ରାହକଙ୍କ ପାଇଁ ପର୍ଯ୍ୟୟାୟକ୍ରମେ ଉପଲବ୍ଧ ହେବ । ୫ଜି ସକ୍ଷମ ଡିଭାଇସ୍ ଥିବା ଗ୍ରାହକମାନେ ରୋଲ୍-ଆଉଟ୍ ଅଧିକ ବ୍ୟାପକ ହେବା ପର୍ୟ୍ୟନ୍ତ ବିନା କୌଣସି ଅତିରିକ୍ତ ଶୁଳ୍କରେ ହାଇସ୍ପିଡ୍ ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍ୱର୍କ ଉପଭୋଗ କରିପାରିବେ । ଏଥିପାଇଁ ସିମ୍ ବଦଳାଇବାର କୌଣସି ଆବଶ୍ୟକତା ନାହିଁ ।
