Home ଓଡ଼ିଶା ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ ମାଡ଼ ମାରି ଟଙ୍କା, ମୋବାଇଲ ଓ ବିଭିନ୍ନ ଜିନିଷ ପତ୍ର ଲୁଟ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ ଶିକ୍ଷକ ଙ୍କୁ ମରଣାନ୍ତକ ଆକ୍ରମଣ ହେଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ବୁଧବାର ସନ୍ଧ୍ୟା ସମୟରେ କୌଣସି ଯାତ୍ରୀବାହୀ ବସ ନ ଆସିବାରୁ ଏକ ଟ୍ରକ ରେ ସ୍କୁଲ ରୁ ଫେରୁଥିବା ବେଳେ ପରମପାଙ୍ଗା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଧାନ ଚନ୍ଦ୍ର ଜେନା ଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହ ଶିକ୍ଷକ ଙ୍କ ଠାରୁ ୧୪ ହଜାର ୯୮୦ ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି ଏବଂ ଡ୍ରାଇଭର ଶ୍ରୀଧର ମହାପାତ୍ର ଙ୍କୁ ମଧ୍ୟ ମାଡ଼ ମାରି ୧୧ ହଜାର ୮୦୦ଟଙ୍କା ଓ ମୋବାଇଲ ମଧ୍ୟ ଲୁଟି ନେଇଛନ୍ତି। ଶିକ୍ଷକ ଜଣକ ଅଚେତ ଅବସ୍ଥାରେ କିଛି ସମୟ ରହିଥିବା ବେଳେ କିଛି ଲୋକ ଉଦ୍ଧାର କରିଥିଲେ। ଏହା ପରେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଥିରେ ସ୍ଥାନୀୟ କିଛି ଯୁବକ ସଂପୃକ୍ତ ରହିଥିବା ଅନୁମାନ କରାଯାଉଛି। ଏ ନେଇ ଶିକ୍ଷକ ଓ ଡ୍ରାଇଭର ଥାନା ର ଦ୍ବାରସ୍ଥ ହୋଇଛନ୍ତି। ଟ୍ରକଟି ଇଟା ନିର୍ମାଣ ପାଇଁ ପାଉଁଶ ଗୁଣ୍ଡ ଧରି ଲାଞ୍ଜିଗଡ ଠାରୁ ଜି.ଉଦୟଗିରି ଆସୁଥିବା ବେଳେ ଏହି ଘଟଣା ଘଟିଛି। ଉକ୍ତ ଟ୍ରକଟି ଭଞ୍ଜନଗର ନିକଟସ୍ଥ କ୍ଷତ୍ରିୟ ବରପୁର ବଡ଼ କୋଦଣ୍ଡା ଗ୍ରାମର ସନ୍ତୋଷ କୁମାର ଲେଙ୍କା ଙ୍କ ଟ୍ରକ ବୋଲି ଜଣାପଡିଛି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026 ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026 Silver Gandhi demands regularisation of Contractual Teachers - Submitted Memorandum to CM by Proprietor Abhimanyu Maharana October 7, 2026 ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି by Proprietor Abhimanyu Maharana October 7, 2026