ଚୋରାଚାଲାଣ ଅଭିଯୋଗରେ ବାଲିମାଫିଆ ଗିରଫ, ଭାଙ୍ଗିଲା ଇଟାଭାଟି

୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଜଳେଶ୍ୱର :- ପୂର୍ତ୍ତ ବିଭାଗ କାମ ନାଁରେ ବାଲି ଚୋରା ଚାଲାଣ କରି ଗଚ୍ଛିତ ରଖିବା ଅଭିଯୋଗରେ ଅଭିଯୁକ୍ତ ଗିରଫ । ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଧୀନ ଖଗଡ଼ାପାଳ ଗାଁରେ ଦେଖିବାକୁ ମିଳିଛି । ଅଭିଯୁକ୍ତର ପରିଚୟ ସୌମ୍ୟଜିତ ଚକ୍ରବର୍ତ୍ତି । ଗତକାଲି ବିଳମ୍ୱିତ ରାତିରେ ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ଏବଂ ବାଲେଶ୍ୱର ଟାଉନ୍‌ ପୋଲିସର ମିଳିତ ଟିମ୍‌ ସୌମଜିତ୍‌ଙ୍କୁ ଗିରଫ କରିଛି । ଭୋଗରାଇର ପୂର୍ବତନ ଅତିରିକ୍ତ ତହସିଲ୍‌ଦାରଙ୍କୁ ଆକ୍ରମଣ ମଧ୍ୟ ପୋଲିସ ସୌମ୍ୟଜିତକୁ ଗିରଫ କରିବାର ଅନ୍ୟଏକ କାରଣ । ଅନ୍ୟପଟେ ବାଲିଆପାଳ ତହସିଲଦାରଙ୍କ ଗିରଫ ସୌମ୍ୟଜିତର ଏକ ବେଆଇନ୍‌ ଲାଲି ଇଟାଭାଟିରେ ଚଢ଼ଉ କରି ବାଲିଆପାଳ ତହସିଲଦାର ଉଚ୍ଛେଦ କରିଛନ୍ତି ।

Exit mobile version