୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଆଜି ଠାରୁ ଆରମ୍ଭ ହୋଇଛି କାମାକ୍ଷାନଗର ମହୋତ୍ସବ । ଏହି ମହୋତ୍ସବ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ୱର ମନ୍ଦିରରେ ମହୋତ୍ସବ ର ସଫଳତା ନିମନ୍ତେ ପୂଜାର୍ଚ୍ଚନା କରାଯାଇ ମଶାଲ ଶୋଭାଯାତ୍ରା ବାହାରିଥିଲା । ନଗରପାଳ ସୁଭେନ୍ଦୁ କୁମାର ସାହୁ ଙ୍କ ନେତୃତ୍ୱରେ ଅନୁଷ୍ଠିତ ମଶାଲ ଶୋଭାଯାତ୍ରା ବୁଦ୍ଧେଶ୍ୱର ମନ୍ଦିର ରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା , ସଂକୀର୍ତନ ମଣ୍ଡଳୀ , କାଉନସିଲରଙ୍କ ଗହଣରେ ବାହାରି ସହର ପରିକ୍ରମା କରିଥିଲା ଓ ଜନସଚେତନତା ଉଦ୍ଦେଶ୍ୟରେ କାଳୀବଜାର ସ୍ଥିତ ସହିଦ ବାଜିରାଉତ ଙ୍କ ପ୍ରତିମୂର୍ତୀ ନିକଟରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । 
ଏଥିରେ ବିଡିଓ କଲ୍ୟାଣ ସୌରଭ ଦାଶ , ଏନଏସି ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , ଏନଏସି ଉପାଧ୍ୟକ୍ଷା ମାନିନୀ ସାହୁ ,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ମହୋତ୍ସବ ଭାଇଚାରା ସୃଷ୍ଟିକରିଥାଏ ଓ ଜୀବନକୁ ସରସ ସୁନ୍ଦର କରିବା ସହ ନୂଆ ଉତ୍ସାହ ପ୍ରଦାନ କରିଥାଏ । ଲୁକ୍କାୟିତ ପ୍ରତିଭା କୁ ଲୋକଲୋଚନକୁ ଆଣିବା ,

