ଓବିସି ମୋର୍ଚ୍ଚାର “ଅମୃତକାଳ ବଜେଟ୍ ୨୦୨୩-୨୪” ଶୀର୍ଷକ ଆଲୋଚନା ଚକ୍ର
1. ଏହି ଯୋଜନା ଦ୍ୱାରା ତଫସିଲଭୁକ୍ତ ଜାତି, ଉପଜାତି, ଓବିସି, ମହିଳା ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକେ ଅଧିକ ଉପକୃତ ହେବେ
2. ହାତ ତିଆରି ସାମଗ୍ରୀ ଓ କଳାକୃତି ପ୍ରସ୍ତୁତ କରୁଥିବା ପାରମ୍ପରିକ କାରିଗରମାନେ ଲାଭାନ୍ୱିତ ହେବେ

୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଚଳିତ ବଜେଟ୍ରେ ଦେଶର ପାରମ୍ପାରିକ କାଗିଗରଙ୍କ ପାଇଁ ଉଦ୍ଦିଷ୍ଟ ପିଏମ୍ ବିଶ୍ୱକର୍ମୀ ଯୋଜନାର ଶୁଭାରମ୍ଭ ଏକ ନୂତନ ଏବଂ ଐତିହାସିକ ପଦକ୍ଷେପ । ସେମାନେ ପ୍ରସ୍ତୁତ କରୁଥିବା ହାତ ତିଆରି ସାମଗ୍ରୀ ଓ କଳାକୃତି ଆତ୍ମନିର୍ଭର ଭାରତର ଯଥାର୍ଥ ଚେତନା ପ୍ରକାଶ କରେ । ପ୍ରଥମଥର ପାଇଁ ଏହି କାରିଗରମାନଙ୍କ ନିମନ୍ତେ ସହାୟତା ପ୍ୟାକେଜ୍ ପ୍ରଦାନ କରିବା କଥା ଚିନ୍ତା କରାଯାଇଛି । ଜଣେ ଦୂରଦୃଷ୍ଟି ସମ୍ପର୍ଣ୍ଣ ନେତା ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଜର ପଛୁଆ, ଦଳୀତ, ବଂଚିତ ବର୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ୨୦୨୩-୨୪ବଜେଟ୍ରେ ଯେଭଳି ବିଶେଷ ବ୍ୟବସ୍ଥା ପ୍ରାବଧାନ କରିଛନ୍ତି ତାହା ଦେଶର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ।
