‘ଯୁବା ସଂଗମ’ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
• ଉତ୍ତର-ପୂର୍ବ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବ ‘ଯୁବା ସଂଗମ’
• ଯୁବପିଢିଙ୍କ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ ଦ୍ୱାରା ସୁଯୋଗ ଓ ସମ୍ଭାବନା ଉତ୍ପନ୍ନ ହେବ

୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଦିଲ୍ଲୀ/ଭୁବନେଶ୍ୱର :– ଉତ୍ତର-ପୂର୍ବ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ‘ଯୁବା ସଂଗମ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଅନନ୍ୟ ପଦକ୍ଷେପ । ‘ଯୁବା ସଂଗମ’ ଭଳି ଅଭିନବ ପଦକ୍ଷେପ ଅମୃତ କାଳରେ ‘ଭାରତର ଭାବନା’କୁ ଦୃଢୀଭୂତ କରିବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଏହି ପୋର୍ଟାଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
