ବରଗଡ଼ : ଜଳର ଅପଚୟ କି ଦୂଷିତ କରାଯାଉ ନଯାଉ ବରଗଡ଼ ଜିଲ୍ଲା ରେ ପାଣି ର ବ୍ୟବହାର ଅଧିକ ଅଟେ

୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ ଜିଲ୍ଲା :-  ଜଳର ଅପଚୟ କି ଦୂଷିତ କରାଯାଉ ନଯାଉ ବରଗଡ଼ ଜିଲ୍ଲା ରେ ପାଣି ର ବ୍ୟବହାର ଅଧିକ ଅଟେ । ଏହାର ସଦ ବିନିଯୋଗ ଦ୍ଵାରା ଆଗାମୀ ପିଢ଼ି ପାଇଁ ଆମେ ଜଳ ସଂରକ୍ଷଣ କରିପାରିବା ବୋଲି ଆଜି ବରଗଡ଼ କେନାଲ ବିଭାଜନ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବକ୍ତା ମାନେ ମତପ୍ରକାଶ କରିଥିଲେ । ସେହିପରି ଜିଲ୍ଲାରେ ଧାନ ସହ ବିକଳ୍ପ ଚାଷ ଯଥା ତୈଳବିଜ, ଡାଲି ଜାତୀୟ ଓ ପରିପରିବା ଚାଷ ଉପରେ ଚାଷୀ ମାନେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ରେ ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ବର୍ତ୍ତମାନ ଠାରୁ ଆମେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ । ବରଗଡ଼ କେନାଲ ବିଭାଜନ ପକ୍ଷରୁ ପାଣି ପଞ୍ଚାୟତ ଭବନ ଠାରେ ଅନୁଷ୍ଠିତ ସଭାରେ ଅଧ୍ୟାପିକା ସଂଘମିତ୍ରା ମିଶ୍ର ଙ୍କ ସଂଚାଳନ କରିଥିଲେ । ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ଜିଲ୍ଲାପାଳ ମନୀଷା ବାନାର୍ଜୀ, ସାଂସଦ ପ୍ରତିନିଧି ସୁରେଶ୍ଵର ଶତପଥୀ, ବୁର୍ଲା କେନାଲ ମଣ୍ଡଳ ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇ° ସରୋଜ କାନ୍ତି ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ମଞ୍ଚାସୀନ ଥିଲେ । ଇ°ସୁବାଷ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇ° ବିଶ୍ଵଜିତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଶେଷରେ ପାଣି ପଞ୍ଚାୟତ ପକ୍ଷ ପାଳନ ପରିପ୍ରେକ୍ଷୀରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ଓ ସଫଳ ଚାଷୀ ଙ୍କୁ ପୁରସ୍କୃତ କରାଯାଇଥିଲା ।

Exit mobile version