x. ୨୧,୯୫୮ ଲକ୍ଷ ଟଙ୍କା ବ୍ୟୟରେ ୫୧ଟି ସେତୁ ନିର୍ମାଣ
x. ୫୮୮ଟି ଗ୍ରାମର ୬ ଲକ୍ଷ ୧୨ ହଜାର ୫୬୩ ଜନସାଧାରଣ ଉପକୃତ

୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ସଂଯୋଗୀକରଣ ପାଇଁ ରାଜ୍ୟ ସରକାର ବିଜୁ ସେତୁ ଯୋଜନା ପ୍ରଣୟନ କରିଛନ୍ତି । ୨୦୧୧ ମସିହାରେ ଓଡ଼ିଶା ସରକାର ବିଚ୍ଛିନ୍ନାଞ୍ଚଳକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ବିଜୁ ସେତୁ ଯୋଜନାରେ ଖୋର୍ଦ୍ଧା ଜିଲ୍ଲାରେ ଅଦ୍ୟାବଧି ୨୧,୯୫୮ ଲକ୍ଷ ଟଙ୍କା ବ୍ୟୟରେ ୫୧ଟି ସେତୁ ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଛି । ଏତଦ୍ବ୍ୟତୀତ ଆଉ ୧୪ଟି ସେତୁର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଏହି ସେତୁ ନିର୍ମାଣ ଦ୍ୱାରା ୫୮୮ଟି ଗ୍ରାମର ୬ ଲକ୍ଷ ୧୨ ହଜାର ୫୬୩ ଜନସାଧାରଣ ଉପକୃତ ହେଉଛନ୍ତି ଏବଂ ସେମାନଙ୍କର ଆର୍ଥିକ ମାନଦଣ୍ଡ ଏବଂ ସାମାଜିକ ସ୍ଥିତି ସୁଦୃଢ଼ ହୋଇପାରିଛି ।
