
୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ସହର ରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଗତକାଲି ବିପକ୍ଷରୁ ଏସଡିପିଓ ଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଆଜି ମଧ୍ୟାହ୍ନରେ ଏସପି ପହଞ୍ଚି କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀ ଧାରଣା ରୁ ଓହରି ଯାଇଥିଲେ । ପ୍ରକାଶ ଯେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ନେତୃତ୍ବରେ ନେତା ଓ କର୍ମୀ ଏସଡିପିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଥିଲେ । ଉପଖଣ୍ଡ ର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଦେଓ ଏସପି ଙ୍କ ସହ ଆଲୋଚନା କରିବାକୁ ଦାବି କରିଥିଲେ । ପୁଲିସ ପକ୍ଷରୁ ତାଙ୍କୁ ବିଭିନ୍ନ ପ୍ରତିଶୃତି ଦିଆଯାଇଥିଲେ ବି ସେ ନିଜ ଜିତ ରେ ଅଟଳ ରହିଥିଲେ । ବିଳମ୍ବିତ ରାତି ଯାଏ ଏସପି ଆନ୍ଦୋଳନ ସ୍ଥଳକୁ ଯାଇନଥିଲେ । ଫଳରେ ବିଜେପି ନେତା ଓ କର୍ମୀ ମାନେ ଭଜନ କୀର୍ତ୍ତନ କରି ରାତି ତମାମ ଧାରଣା ଜାରି ରହିଥିଲେ । ଆଜି ପୂର୍ବାହ୍ନ ରେ ଅତିରିକ୍ତ ଏସପି ପହଞ୍ଚି ଆଲୋଚନା କରିବାକୁ ଚେଷ୍ଟା କରିଥିଲେ । ହେଲେ ଏସପି ନ ଆସିବା ଯାଏ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ରୋକଠୋକ କହିଥିଲେ । ଏଣୁ ଅପରାହ୍ନ ୧ ଟାରେ ଏସପି ନିତିନ କୁଶଳ କର ଆନ୍ଦୋଳନ ସ୍ଥଳକୁ ପହଞ୍ଚି ବିଗତ ଦିନରେ ଘଟିଥିବା ବିଭିନ୍ନ ଅପରାଧିକ କାର୍ଯ୍ୟର ତଦନ୍ତ ସହ ବିହିତ ପଦକ୍ଷେପ ନେବା କୁ ପ୍ରତିଶୃତି ଦେଇଥିଲେ । ଏହାପରେ ଆନ୍ଦୋଳନକାରୀ ଧାରଣା ରୁ ଓହରି ଥିଲେ । ଏଥିରେ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ର ଲକ୍ଷ୍ମଣ ବାଗ, ନାରୀ ନେତ୍ରୀ ଡାଲିମ୍ବ ମେହେର, ଜିଲ୍ଲା ପରିଷଦ ସଦସ୍ୟା ଅନୀମା ଦାସ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କରମସିଂ ସରାଫ, ସାୟଦ ଅବଦୁଲ୍ ସିରାଜ , ଟାଉନ ବିଜେପି ସଭାପତି ଶୁଶାନ୍ତ ମହାନ୍ତି, ଶୁଶାନ୍ତ ଦାସ, ଗୋପବନ୍ଧୁ ସାହୁ ,ରବିଚନ୍ଦ୍ର ସାହୁ, ଜ୍ଞାନରଞ୍ଜନ ପଟେଲ,କୁନୁ ମୁଣ୍ଡା, ନୀଳମଣି ସାହୁ , ବଲ୍ଲଭ ଧରୁଆ, ଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

