Home ଓଡ଼ିଶା ଶ୍ରବଣଯନ୍ତ୍ର ମାଗଣାରେ ବlଣ୍ଟିବେ ସୂର୍ଯ୍ୟୋଦୟ ଫାଉଣ୍ଡେସନର ସଭାପତି ସୁପ୍ରସିଦ୍ଧ ଗାୟିକା ଅନୁରାଧା ପଡୱାଲ୍ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଭୁବନେଶ୍ୱର, ପୁରୀ, ରାଇରଙ୍ଗପୁର ଓ ବେରୁଣପଦି ରୁ ଆରମ୍ଭ ହେଲା ଡାକ୍ତରୀ ପରୀକ୍ଷଣ କ୍ୟାମ୍ପ l ୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସୂର୍ଯ୍ୟୋଦୟ ଫାଉଣ୍ଡେସନ, ଭାରତବର୍ଷର ଏକ ସୁପ୍ରସିଦ୍ଧ ସାମାଜିକ ସେବା ଅନୁଷ୍ଠାନ l ସ୍ବାସ୍ଥ୍ୟ, ଶିକ୍ଷା, ଯୁବକଙ୍କୁ ରୋଜଗାର, ଦାରିଦ୍ର୍ୟ ଦୂରୀକରଣ, ମହିଳା ସଶକ୍ତିକରଣ ଆଦି ଅନେକ କାର୍ଯ୍ୟ ବହୁ ବର୍ଷ ଧରି ସଂସ୍ଥା କରିଆସୁଛି l ସମାଜରେ ସମସ୍ତେ ରୋଜଗାର ଖ୍ୟମ ହେlଇ ସ୍ବାବଲମ୍ବୀ ହେବା ସହିତ ଉତ୍ତମ ଜୀବନ ଯାପନ କରିବା ଲକ୍ଷରେ ଫାଉଣ୍ଡେସନ ଅନେକ କାର୍ଯ୍ୟ କରିଆସୁଛି l ଏହି ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ଗାୟିକା ପଦ୍ମଶ୍ରୀ ଅନୁରାଧା ପଡୱାଲଙ୍କ ଦ୍ୱାରା ମାଗଣାରେ ଶ୍ରବଣ ଯନ୍ତ୍ର ବାଣ୍ଟିବା ଭଳି ନୂଆ କଲ୍ୟାଣ କାରି କାର୍ଯ୍ୟକ୍ରମ ପୁରୀ, ଭୁବନେଶ୍ୱର, ରାଇରଙ୍ଗପୁର ଓ ହାଟଡିହି ବ୍ଲକର ବେରୁଣାପାଦୀ ଠାରେ ଆଜି ଠାରୁ ଆରମ୍ଭ କରାଯାଇଛି lଭୁବନେଶ୍ୱର ରୋଟାରି କ୍ଲବ ଠାରେ ସୂର୍ଯ୍ୟୋଦୟ ଫାଉଣ୍ଡେସନ ଓ ରୋଟାରି କ୍ଲବ ନୀଳାଦ୍ରି ଓ ଭୁବନେଶ୍ୱରର ମିଳିତ ଭାବେ ୱାଇଡେକ୍ସ ଇଣ୍ଡିଆ ସହିତ ମିଶି ଓଡ଼ିଶାରେ ଶ୍ରବଣ ଶକ୍ତି ହରାଇଥିବା ଦିବ୍ୟlଙ୍ଗ ବ୍ୟକ୍ତି ମାନଙ୍କ ପରୀକ୍ଷଣ କରିବା ସହ ସେମାନଙ୍କୁ ମାଗଣାରେ ଶ୍ରବଣ ଯନ୍ତ୍ର ଯୋଗାଇବା ସହିତ ଚିକିତ୍ସା ମଧ୍ୟ କରିବାପାଇଁ ଏହି କ୍ୟାମ୍ପ ଆରମ୍ଭ କରିଛି lୱାଇଦେକ୍ସ ଇଣ୍ଡିଆ ବିଶ୍ୱରେ ସୁନାମ ଅର୍ଜନ କରିଥିବା ଶ୍ରବଣ ଯନ୍ତ୍ର ନିର୍ମାଣ କରୁଥିବା ଭାରତର ଏକ ବିଶ୍ଵସ୍ନୀୟ ଅନୁଷ୍ଠାନ l ଓଡ଼ିଶାର ଅନୁନ୍ନତ, ଆଦିବାସୀ ବହୁଳ ଓ ଉପାନ୍ତ ଅଞ୍ଚଳ ରେ ମଧ୍ୟ ଏହି ସେବା ଯୋଗାଇ ଦିଆଯିବ l ଭୁବନେଶ୍ୱର ର ରୋଟାରି ଭବନ ଠାରେ ଆଜି ରୋଟାରି ଗଭର୍ଣ୍ଣର ଯଂଜ୍ଞଶିଷ ମହାପାତ୍ର, ନେକ୍ସଟ ରୋଟାରି ଗଭର୍ଣ୍ଣର ମନୋଜ ମିଶ୍ର, ରୋଟାରି କ୍ଲବ ଶ୍ରୀଚନ୍ଦନ ମିଶ୍ର, ସଞ୍ଜୟ ଚୌଧୁରୀ, ରୋଟାରି କ୍ଲବ ନୀଳାଦ୍ରିର ପୁଣ୍ୟାଶ୍ଳୋକ ମହାନ୍ତି ଓ ଓଡିଶା ସଂଯୋଜକ ବାସୁଦେବ ଭଟ୍ଟ ଅତିଥି ଭାବେ ଯୋଗଦେଇ ଏହି କ୍ୟାମ୍ପକୁ ପ୍ରାରମ୍ଭ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କରୁଣାକର ପ୍ରଧାନ, ଗୌରବ ରେଲହାନି, କାର୍ତିକ ସାହୁ, ଅଶୋକ ପଟନାୟକ, ଲଷ୍ମୀନାରାୟଣ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରି ଏହି କ୍ୟାମ୍ପ କୁ ପ୍ରାରମ୍ଭ କରିଥିଲେ l ଆଜି ପ୍ରାୟ 55 ଜଣ ଶ୍ରବଣ ବାଧକ ଦିବ୍ୟାଙ୍ଗଙ୍କ ପରୀକ୍ଷଣ ପାଇଁ ଯୋଗ ଦେଇଥିଲେ l ପ୍ରଥମେ ଏହି ଶ୍ରବଣ ଯନ୍ତ୍ର ବଣ୍ଟନ ଓ ଚିକିତ୍ସା କାର୍ଯକ୍ରମ ମହାପ୍ରଭୁ ଜଗନ୍ନାଥଙ୍କ ପୁଣ୍ୟଭୂମି ପୁରୀ, ଭୁବନେଶ୍ୱର, କେନ୍ଦୁଝର ଓ ରାଇରଙ୍ଗପୁର ଠାରୁ ଆରମ୍ଭ ହେଲା l ପରବର୍ତ୍ତୀ ସମୟରେ ମୟୂରଭଞ୍ଜ, କେନ୍ଦୁଝର, କଟକ, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ପ୍ରଦାନ କରlଯିବl ପାଇଁ ଆଜି ଓଡ଼ିଶାର ସଂଯୋଜକ ବାସୁଦେବ ଭଟ୍ଟ ଓ ଡାକ୍ତର ପ୍ରଦୀପ ସେଠୀ ଘୋଷଣା କରିଛନ୍ତି l ଏହି ଶ୍ରବଣ ଶକ୍ତି ପରୀକ୍ଷଣ କାର୍ଯ୍ୟକ୍ରମରେ ଅଡିଓଲୋଜିଷ୍ଟ ଅନିଶା ପାତ୍ର ଓ ମିସ ବୈଶାଳୀ ଯୋଗ ଦେଇ ପରୀକ୍ଷା ନିରୀକ୍ଷା କରିଥିଲେ l ଶୁଣିବାରେ ଅସୁବିଧା ହେଉଥିବା ଦିବ୍ୟାଙ୍ଗ ବ୍ୟକ୍ତି ଆମକୁ ଯୋଗାଯୋଗ କଲେ ଆମେ ଶ୍ରବଣ ଯନ୍ତ୍ର ଯୋଗାଇବାକୁ ବନ୍ଦୋବସ୍ତ କରିବୁ ବୋଲି ପ୍ରସନ୍ନ ବିଷୋୟୀ ପ୍ରକାଶ କରିଛନ୍ତି l Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026