ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମଜୟନ୍ତୀ ପାଇଁ ପ୍ରେସମିଟ୍ : ଜନ୍ମ ମହୋତ୍ସବରେ ଯୋଗଦେବେ ୫ ହଜାର ଭକ୍ତ

୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ଜାନୁଆରୀ ୮ ତାରିଖରେ ନର୍ଲା ସତସଙ୍ଗ କେନ୍ଦ୍ରରେ ଅନୁଷ୍ଠିତ ହେବ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମ ମହୋତ୍ସବ ଓ ନର୍ଲା କେନ୍ଦ୍ରର ଷୋଡଶତମ ବାର୍ଷିକ ଉତ୍ସବ । ଏଥିରେ ଜିଲ୍ଲା ଭିତରୁ ଓ ବାହାରୁ ବହୁ ସଂଖ୍ୟକ ଭକ୍ତ ଯୋଗଦେବେ । ଏଥିପାଇଁ ସରକାରୀ ଅନୁମତିକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରାତଃ ରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ ଏଥିରେ ଏକାଧିକ ଡାକ୍ତର ଯୋଗଦେବେ ବୋଲି ସୂଚନା ମିଳିଛି ।ନର୍ଲାରେ ଆଗାମୀ ଦିନରେ ତିଆରି ହେବ ଏକ ଦେଢ କୋଟିର ମନ୍ଦିର ବୋଲି ପ୍ରେସମିଟରେ ସୂଚନା ଦିଆଯାଇଛି । ଶ୍ବେତ କୁମାର ନାଏକ,ଚିତ୍ତରଞ୍ଜନ ପଟ୍ଟନାୟକ, ସରୋଜ ଜେନା, ବଟକୃଷ୍ଣ ଡାକୁଆ,ହୃଷିକେଶ ଭୋଇ,ଶାନ୍ତନୁ କୁମାର ମୁଜମଦାର୍ ପ୍ରମୁଖ ପ୍ରେସମିଟ୍ ରେ ଯୋଗଦେଇଥିଲେ ।

Exit mobile version