୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ମଙ୍ଗଳବାର ସକାଳ ୯.୩୦ ମିନିଟରେ ରଣପୁରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଛି | ଏହି ଦୁର୍ଘଟଣାରେ ଦୁଇଜଣ ବ୍ୟକ୍ତିଙ୍କୁ ଟ୍ରକ ଚାପି ଦେଇ ଦ୍ରୁତ ଗତିରେ ପଳାଇ ଯାଇଥିଲା | ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଦମକଳ ସାହାଯ୍ୟରେ ରଣପୁର ଡାକ୍ତରଖାନାକୁ ନିଆ ଯାଇଥିଲା | ବ୍ୟକ୍ତି ଦୁଇ ଜଣ ରଣପୁର ବ୍ଲକ କଙ୍କିଆ ଓ ଗୌରାଙ୍ଗପୁର ଗ୍ରାମର ବୋଲି ଜଣା ପଡିଥିଲା | 
ମୃତ ବ୍ୟକ୍ତି ଜଣଙ୍କ ନାମ ରଙ୍ଗନାଥ ବାଲିଆରସିଂହ ଜଣା ପଡ଼ିଥିବା ବେଳେ ଆହତ ବ୍ୟକ୍ତି ଜଣଙ୍କ ରାମଚନ୍ଦ୍ର ରଥ ବୋଲି ପୋଲିସ ଠାରୁ ଜଣା ପଡିଛି | ଆହତ ବ୍ୟକ୍ତିଙ୍କ ଅବସ୍ଥା ଆହୁରି ସଂକଟାପନ୍ନ ହେବାରୁ ତାଙ୍କୁ ରଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା | କିନ୍ତୁ ତାଙ୍କୁ ଭୁବନେଶ୍ୱର ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା | ଦୁର୍ଘଟଣା ଘଟାଇ ଥିବା ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା |

