Home ଓଡ଼ିଶା ଢେଙ୍କାନାଲ ଜିଲ୍ଲା ଭୁବନ : ଏୟୁସିସି ବ୍ୟାଙ୍କ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ମାର୍କଫେଡ ନିର୍ଦ୍ଦେଶକ ହେଲେ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଢେଙ୍କାନାଲ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ର ପୂର୍ବତନ ସରପଂଚ , ବିଶିଷ୍ଟ ସମାଜସେବୀ ,ପରୋପକାରୀ ତଥା ସମବାୟବିତ୍ ଅଭିମନ୍ୟୁ ବେହେରା ଓଡଶା ରାଜ୍ୟ ସମବାୟ ବାଣିଜ୍ୟିକ ସଂଘ (ମାର୍କଫେଡ) , ଭୁବନେଶ୍ୱର ନିର୍ଦ୍ଦେଶକ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି । ଏହି ଘଟଣା ଜଣାପଡିବା ପରେ ସମଗ୍ର କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ଆନନ୍ଦ ପ୍ରକାଶ ପାଇଛି । ଶ୍ରୀଯୁକ୍ତ ବେହେରା ପର୍ଜଙ୍ଗ , କଙ୍କଡାହାଡ ଓ ଭୁବନ ବ୍ଲକ କୁ ନେଇ ଗଠିତ ୧୮ ନମ୍ବର ଭୁବନ ଜୋନ ନିର୍ଦ୍ଦେଶକ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବା ପରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ପର୍ଜଙ୍ଗ ବିଧାୟକ ଡା.ନୃସିଂହ ଚରଣ ସାହୁ ଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀଯୁକ୍ତ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ , ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ପର୍ଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ ଙ୍କ ଯୋଗୁ ତାଙ୍କର ବିଜୟ ହୋଇଛି । ଶ୍ରୀଯୁକ୍ତ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ ଭାବେ ଦୀର୍ଘ ୨୫ ବର୍ଷ ହେଲା କାମ କରୁଛନ୍ତି ଓ ଏହା ପୂର୍ବରୁ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ରେ ମଧ୍ୟ ନିର୍ଦ୍ୱନ୍ଦରେ ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଥିଲେ । Categories: ଓଡ଼ିଶା, ଢେଙ୍କାନାଳ, ହୋମ୍ Related Content ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ by Proprietor Abhimanyu Maharana May 5, 2026 ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ by Proprietor Abhimanyu Maharana May 4, 2026 ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ - ଦୁଇ ଦେଶୀ ବନ୍ଧୁକ ଜବତ by Proprietor Abhimanyu Maharana May 4, 2026 Brutal Crime in Nasrapur Sparks Outrage : Accused Arrested by Proprietor Abhimanyu Maharana May 4, 2026 Delay in water supply in Pune : Water to taps only between 1 and 2 pm by Proprietor Abhimanyu Maharana May 4, 2026 ODISHA VIGILANCE NABS SRI PRASANTA PRADHAN, ASI OF RAJKANIKA POLICE STATION, DIST-KENDRAPARA FOR TAKING BRIBE TO FURNISH FAVOURABLE REPORT IN A LAND DISPUTE CASE. by Proprietor Abhimanyu Maharana May 4, 2026