୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଲାଗଡ଼ ପଞ୍ଚାୟତରେ ସୋମବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ ସଚେତନତା ଅଭିଯାନ ପାଣି ପଞ୍ଚାୟତ ରଥ କୁ ବହୁ ଆଡ଼ମ୍ବରରେ ସ୍ୱାଗତ କରିଛନ୍ତି । ଉକ୍ତ ସ୍ୱାଗତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ଡ଼।ଳିମ୍ବ ଗମାଙ୍ଗ, ସମିତି ସଭ୍ୟା ଶିବାନୀ ବେହେରଦଳେଇ,
ସାଂସଦ ପ୍ରତିନିଧି ଜଗବନ୍ଧୁ ଦାସ, ତଥା ସମସ୍ତ ଏସ୍,ଏଚ୍,ଜି ର ସଦସ୍ୟ, ଏମ୍,ବି,କେ, କ୍ରୃଷି ମିତ୍ର,ପ୍ରାଣୀ ମିତ୍ର,ତଥା ସମସ୍ତ ୱ।ଡ଼ମେମ୍ବର, ଏବଂ ଅଞ୍ଚଳର ବହୁ ବୁଦ୍ଧି ଜିବି ଉପସ୍ଥିତ ଥିଲେ । ତତ୍ ସହିତ ପାଣି ପଞ୍ଚାୟତ କୁ ସ୍ୱାଗତ କରିବା ପରେ ନଗର ପରିକ୍ରମା କରି ବା ସହ ପଞ୍ଚାୟତ ରେ ଏକ ସଭା ମଧ୍ୟ ଆୟ୍ଯଜିତ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଦାସ ବାବୁ ପାଣି ର ବ୍ୟବହାର, ତଥା ପାଣି ର କିଭଳି ଭାବରେ ପରିଚାଳନା କଲେ ଆଗାମୀ ଦିନରେ ପାଣି ସମସ୍ୟାକୁ ରୋକା ଯାଇ ପାରିବ ତା ଉପରେ ଆଲୋକପାତ କରିଥିଲେ । ତତ୍ ସହିତ ସ୍ଥାନୀୟ ଜଳଭଣ୍ଡାର ରୁ ପାଣି ଆଣି ଚାଷୀମାନେ ଚାଷ କରି କିଭଳି ଭାବରେ ନିଜର ପରିବାର ପ୍ରତିପୋଷଣ କରିହେବ ତା ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଏଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ ଜନସଚେତନତା କାର୍ଯ୍ୟକ୍ରମ ପାଇଁ ମୁଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବାସହ ଅଞ୍ଚଳ ବାସିଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି ।

