Home ଓଡ଼ିଶା ଜୀବନକୁ ବାଜି ଲଗାଇ ପାଠ ପଢ଼ୁଛନ୍ତି ଛାତ୍ର ଛାତ୍ରୀ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ରାଜ୍ୟ ସରକାର ଶିକ୍ଷା ର ବିକାଶ ଓ ପିଲାଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ପ୍ରଚାର ପ୍ରସାର ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଏଥିସହ ସ୍ମାର୍ଟ ଶ୍ରେଣି ଗୃହ ନିର୍ମାଣ କରୁଛନ୍ତି କିନ୍ତୁ ପିଲା ଙ୍କ ଭବିଷ୍ୟତ ଗଡିବା ପାଇଁ l ତେବେ ଗଜପତି ଜିଲ୍ଲା ର ମୋହନା ବ୍ଲକ ଗୁଲୁବା ପଂଚାୟତ ର ଦୁରିଙ୍ଗିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ କୋଠା କୁ ଦେଖିଲେ ବାହାରୁ ଅତି ସୁନ୍ଦର ହେଲେ ଭିତରକୁ ଦେଖିଲେ ଚାରଆଡେ ଫଟl କାନ୍ଥ l କେତେବେଳେ ଯେ ଅଘଟଣ ଘଟି ପିଲାଙ୍କ ଜୀବନ ଚାଲି ଯିବ ଏହା ଜଳ ଜଳ ହୋଇ ଦେଖା ଯାଉଛି l ବିଦ୍ୟାଳୟ ରେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ରହିଥିବା ବେଳେ ଶ୍ରେଣୀ ଗୃହ ରହିଛି ମାତ୍ର ଦୁଇଟି l ଆଉ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ୬୭ l ଏଥି ପାଇଁ ଶିକ୍ଷକ ଅଛନ୍ତି ୩ ଜଣ l ବିଦ୍ୟାଳୟ ଚାରି ପଟେ ରହିଛି ବିଦ୍ୟୁତ୍ ବୋର୍ଡ ଓ ସୁଇଛ ଅଛି l ବିଦ୍ୟୁତ୍ ତାର ପାଇପ ମଧ୍ୟ ଲାଗିଛି l କିନ୍ତୁ ବିଦୁତ୍ ସଂଯୋଗ ହୋଈ ପାରିନି l ଦୁଇଟି କୋଠା ଚାରିପଟେ କାନ୍ଥ ଫାଟି ଆଁ କରି ରହିଥିବା ବେଳେ କାନ୍ଥ ରୁ ସିମେଣ୍ଟ ଖସୁଛି l ଏଭଳି ପରିସ୍ଥିତିରେ ପିଲା ମାନେ ବିପଦ ସଙ୍କୁଳ ଓ ଅସୁରକ୍ଷିତ ଭାବେ ପାଠ ପଢିବା ପାଇଁ ବାଧ୍ୟ ହେଉଛନ୍ତି l ଶୌଚାଳୟ ମଧ୍ଯ ତିତିଲି ସମୟ ରୁ ଭଗ୍ନ ଅବସ୍ଥାରେ ଅଛି ବିଦ୍ୟାଳୟ ଚାରିପାଖେ ପକା ପାଚେରୀ ମଧ୍ଯ ନାହିଁ l କିଛି ତାର ବାଡ ରହିଛି ଯାହା ଦ୍ୱାରା ଛାତ୍ର ଛାତ୍ରୀ ଜିବନ କୁ ବାଜି ଲଗେଇ ବସି ପାଠ ପଡ଼ୁଛନ୍ତି ଏହି କୋଠା ମରାମତି ପାଇଁ ୨୦୧୮/୧୯ ରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଏକ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ମରାମତି ହେlଇଥିବା ଉଲ୍ଲେଖ ରହିଛି l କିନ୍ତୁ ବିଦ୍ୟାଳୟ କୁ ଦେଖିଲେ ଲାଗୁଛି ଏହା କେଉଁ ଭୂତ କୋଠରୀ ଭଳି l ପ୍ରଧାନ ଶିକ୍ଷକ କହିଛନ୍ତି ବିଦ୍ୟାଳୟ ସମସ୍ୟା ଉପରେ ସିଆରସିସି ଙ୍କୁ ଅନେକ ଥର ଅବଗତ କରିଛୁ କିନ୍ତୁ କିଛି କାମ ହୋଇନି l ଏ ନେଇ ସ୍ଥାନୀୟ ସରପଞ୍ଚ ରେଜୀନା ପ୍ରଧାନ ଙ୍କୁ ପଚାରିବାରୁ ସେ କହିଛନ୍ତି ଅଞ୍ଚଳ ର ୯ ଟି ବିଦ୍ୟାଳୟ ରେ ନୂତନ କୋଠା ନିର୍ମାଣ ଓ ମରାମତି ପାଇଁ ବ୍ଲକ୍ କାର୍ଯ୍ୟଳୟ ରେ ଲିଖିତ ଜଣାଇଛୁ କିନ୍ତୁ କୌଣସି ଅର୍ଥ ମଞ୍ଜୁରୀ ହେlଇନି l ଯଦି ତୁରନ୍ତ ଅର୍ଥ ମଞ୍ଜୁରୀ ହୁଏ ତେବେ ବିଦ୍ୟାଳୟ ମରାମତି ହେବl ସହ ପିଲା ପାଠ ପଢିବା ସୁବିଧା ହେବ ବୋଲି ସେ କହିଛନ୍ତି l Categories: ଓଡ଼ିଶା, ଗଜପତି, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026