ଆର.,ଉଦୟଗିରି ବ୍ଲକ୍ ର ରାଈସିଙ୍ଗ୍,ଅନଙ୍ଗା,ରାମଗିରୀ ଠାରେ ଅଷ୍ଟପ୍ରହରି ନାମ ଯଞ ଆୟୋଜିତ

୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରାଈସିଙ୍ଗ୍,ଅନଙ୍ଗା,ରାମଗିରୀ ଠାରେ ଅଷ୍ଟପ୍ରହରି ନାମ ଯଞ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅଥିତି ଭାବେ ଆର,ଉଦୟଗିରି ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ୍ ଖର୍ସେଲ୍, ସାଂସଦ ପ୍ରତିନିଧି ଜଗବନ୍ଧୁ ଦାସ, ତଥା ସ୍ଥାନୀୟ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ତଥା ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।ଉକ୍ତ ସ୍ଥାନରେ ନାମଯଞ ଦେଖିବା ସହ ନୁତନ ଭାବରେ ରାଇସିଙ୍ଗ ଗ୍ରାମରେ ଫୁଟି ଦିଶୁଥିବା ଶ୍ରୀ ଶ୍ରୀ ଶୁକ୍ଳେଶ୍ୱର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଯାହା ଫଳରେ ସ୍ଥାନୀୟ ଜନସାଧାରଣ ଙ୍କ ମହଲରେ ଆନନ୍ଦ ଉଲ୍ଲାସ ଖେଳି ଯାଇଛି ।  ଏବଂ ସ୍ଥାନୀୟ ଜନସାଧାରଣ ମନ୍ଦିର ନିର୍ମାଣ ତଥା କିଭଳି ଭାବରେ ଲୋକଲୋଚନକୁ ଆଣି ବିକାଶ ହୋଇପାରିବ ତା ଉପରେ ସ୍ଥାନୀୟ ଜନସାଧାରଣ ସହ ଜନ ପ୍ରତିନିଧିମାନେ ଆଲୋଚନା କରିଛନ୍ତି ।

Exit mobile version