୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ କଫିଳପୁର ନୂଆଁ ପଡିଆ ଠାରେ ହେଉଥିବା ବଂଶଧାରା ବସନ୍ତ ମହୋତ୍ସବ ଅନୁଷ୍ଟିତ ହୋଇଛି । କଳା,ସାହିତ୍ୟ ଓ ଐତିହାସିକ ବର୍ଣ୍ଣାଜ୍ୟ ସମାରୋହ ଓ ସମୃଦ୍ଧ କୃଷି ଓ ଆଦିବାସୀ ସଭ୍ୟତାର ମହା ମିଳନ ସଂସ୍କୃତି ପରମ୍ପରା ଅଭିବୃଦ୍ଧି ଅପୂର୍ବ ଯୁଗଳ ବନ୍ଧୀ 11ତମ ବର୍ଷ ପାଳନ,ନବମ ଦିବସ ଶେଷ ସନ୍ଦ୍ୟା କାର୍ଯ୍ୟ କ୍ରମ ହୋଇଛି ।
ଗୁଣପୁର ଗୁଣ ଗାନ ସ୍ମୁତି ଏକ ବଂଶଧାରା ବସନ୍ତ ମହୋତ୍ସବ ଆଲେକ୍ଷ୍ୟ ସାଜ ସଜାରେ ଅବତିର୍ଣ୍ଣ ଏହି ମାଟିର ମହକ ଅଂଶୀମାନରେ ପରିଣତ । ନୃତ୍ୟ,ନାଚ,ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଳା କାରମାନେ କଳା ପ୍ରଦର୍ଶନୀ ନିଆରା ଡଙ୍ଗରେ ପରିବେଷଣ କରିଥିଲେ । ଏହି ଅବସରରେ ଓକିଲ ଶ୍ରୀ-ରମେଶ ଲିମା ନୃତ୍ୟ ସାଂସ୍କୃତିକ କଳା ପ୍ରେମୀମାନଙ୍କୁ ସମ୍ମାନୀତ ମାନ ପ୍ରଦାନ ଦେଇଥିଲେ ।
ନାଚ,ଗୀତ ଅଭିନୟ ଅଙ୍ଗ ଭଙ୍ଗୀ ଓ ଆକର୍ଷଣୀୟ ବେଶ ସଜ୍ଜା ମାଧ୍ୟମରେ ଦର୍ଶକଙ୍କୁ ମନ କିଣି ନେଇଥିଲେ । ଏହା ପରେ ଦର୍ଶକ ମାନେ ମନ ମୁଗ୍ଧ ହୋଇ ମାଳ ମାଳ ତାଳ,ତାଳିର ସୂର ହୋ ହୋ କରି କଳାକାରମାନଙ୍କୁ ଉତ୍ସାହିତ ଦେଇଥିଲେ । ଉପସ୍ଥିତ ଅକ୍ଷୟ ଦାସ୍,ଶିବ ପ୍ରସାଦ ଗୌଡ,ଓକିଲ ରମେଶ ଲିମ ପ୍ରମୁଖ ଥିଲେ ।
