ବାଜିରାଉତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ବାଜିରାଉତ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ଅଜିତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନେ ଆନ୍ତରିକତା ସହ ଏହି ଆତ୍ମରକ୍ଷା କୌଶଳ ତାଲିମ ନେଲେ ଆଗାମୀ ଭବିଷ୍ୟତରେ ନିଶ୍ଚିତ ଭାବେ ଏହାର ସୁଫଳ ପାଇବେ ବୋଲି ମତବ୍ୟକ୍ତ କରିଥିଲେ ।ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଅନୀଲ କୁମାର ଧୀର ଯୋଗଦେଇଥିଲେ । ପ୍ରୋଗ୍ରାମ ଅଫିସର ଅନ୍ନପୂର୍ଣ୍ଣା ବେହେରା ଙ୍କ ତତ୍ୱାବଧାନରେ ୧୧୧ ଜଣ ଛାତ୍ରୀ ଙ୍କୁ ମାଷ୍ଟର ଟ୍ରେନର ଭାଗ୍ୟବତୀ ସିଂହ ଜୁଡୋ , କରାଟେ ଶିକ୍ଷା ଦେଇଥିଲେ । ଉଦଯାପନୀ ଉତ୍ସବରେ ପ୍ରଶିକ୍ଷଣ ନେଇଥିବା ସମସ୍ତ ଛାତ୍ରୀ ଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

Exit mobile version