ଭୁବନ ତହସିଲରେ ଅଂଶୁମାନ ମହାପାତ୍ର ନୂତନ ତହସିଲଦାର ଭାବେ ଯୋଗଦେଲେ

୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ  :– ଭୁବନ ତହସିଲ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ଅଂଶୁମାନ ମହାପାତ୍ର ନୂତନ ତହସିଲଦାର ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି । ଶ୍ରୀଯୁକ୍ତ ମହାପାତ୍ର ଏହା ପୂର୍ବରୁ ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଜଣେ ସ୍ୱଚ୍ଛ ନିର୍ମଳ ଭାବମୂର୍ତି ସଂପନ୍ନ ତଥା ଦକ୍ଷ ଅଫିସର ଭାବେ ତାଙ୍କର ସୁନାମ ରହିଛି । ଦୀର୍ଘ ୨ ବର୍ଷ ୪ ମାସ ହେଲା ଉପାନ୍ତ ଇଲାକାରେ ମୁଁ ଲୋକ ପ୍ରତିନିଧିଙ୍କ ଗହଣରେ କାର୍ଯ୍ୟ କରିଛି , ତେଣୁ ଭୁବନରେ କିଛି ଅସୁବିଧା ହେବନାହିଁ , ଗରିବ ଲୋକଙ୍କୁ ତ୍ୱରିତ ସେବା ପ୍ରଦାନ କରିବା ମୂଳଲକ୍ଷ୍ୟ ବୋଲି ଶ୍ରୀଯୁକ୍ତ ମହାପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ନୂତନ ତହସିଲଦାର ଙ୍କୁ ତହସିଲ କର୍ମଚାରୀ , ଆଇନଜୀବୀ ଓ ସାମ୍ବାଦିକ ମାନେ ସୌଜନ୍ୟ ମୂଳକ ଭାବେ ସାକ୍ଷାତ କରିଥିଲେ । ପୂର୍ବତନ ତହସିଲଦାର ରୋଜାଲିନ ବେହେରା ତାଳଚେର ତହସିଲକୁ ବଦଳି ହୋଇଥିବା ଜଣାପଡିଛି ।

Exit mobile version