୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ଭବାନିପାଟଣା ବ୍ଲକ୍ ଅନ୍ତର୍ଗତ ଭବାନିପୁର ଠାରେ କୁଲତା ଯୁବ ଶକ୍ତି ଓଡିଶା ଶାଖା କଳାହାଣ୍ଡିର ସାଙ୍ଗଠନିକ ବୈଠକ କୁଲତା ଯୁବ ଶକ୍ତି ଓଡିଶାର ସଭାପତି ଉମେଶ ଚନ୍ଦ୍ର ପଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଯୁବକଯୁବତୀମାନେ ଯୋଗ ଦେଇଥିଲେ । ଏହି ବୈଠକରେ କୁଲତା ଯୁବ ଶକ୍ତି କଳାହାଣ୍ଡି ଶାଖାର କମିଟି ଗଠନ , ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋଚନା କରାଯାଇଥିଲା । 
ଏଥିରେ ସର୍ବସମ୍ମତ ଭାବରେ କେରୋକୁଡା ଗ୍ରାମର ତେଜରାଜ ସା ଙ୍କୁ କୁଲତା ଯୁବ ଶକ୍ତି କଳାହାଣ୍ଡି ଶାଖାର ଜିଲ୍ଲା ମୁଖ୍ୟ ସଂଯୋଜକ ଭାବରେ ମନୋନୀତ କରାଗଲା । ଏହି ବୈଠକରେ କୁଲତା ଯୁବ ଶକ୍ତି କଳାହାଣ୍ଡି ଶାଖାର ୫୦ ଜଣିଆ ଜିଲ୍ଲା କମିଟି ଗଠନ କରାଯିବା ସହ ବିଭିନ୍ନ ଦାୟିତ୍ବ ଅର୍ପଣ କରାଯାଇଥିଲା ।
