ପାଇକମାଳ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

୬ ଫେବୃଆରୀ, ସୋମବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଇକମାଳ :-  ପାଇକମାଳ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସିଇଓ ଆଦିତ୍ୟ କୁମାର ଗୋୟଲ, ଅତିରିକ୍ତ ଜିଲ୍ଲାପାଳ କୃତି ବାସ ରାଉତ,ନୂତନ ଏସପି ପ୍ରହଲ୍ଲାଦ ସହାୟ ମୀନା ପାଇକମାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମ ବାସୀଙ୍କ ଅଭିଯୋଗ ଶୁଣାଣୀ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ । ଏଥିରେ ବ୍ଲକ ଓ ପଦ୍ମପୁର ଉପ ଖଣ୍ଡ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଜନ ଅଭିଯୋଗ ରେ ୨୧୩ ଜଣ ସେମାନଙ୍କ ଆପତ୍ତି ଅଭିଯୋଗ କରିଥିଲେ ।

Exit mobile version