Home ଓଡ଼ିଶା ହାର୍ଟ ଅପରେସନ, ଆର୍ଥିକ ସହାୟତା ପାଇଁ ନିବେଦନ କଲେ ପରିବାର ବର୍ଗ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୬ ଫେବୃଆରୀ, ସୋମବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ମାଲକାନଗରି ଜିଲ୍ଲା ସଦର ମହକୁମା ସ୍ଥିତ ଆଶୀର୍ବାଦ କୋଲନୀର ଅଜୟ ଧନଫୁଙ୍କ ୩ ମାସର ଝିଅ ରୁଫୁନା ଧନଫୁଙ୍କ ହାର୍ଟ ରୋଗରେ ଆକ୍ରାନ୍ତ ହୋଇ ବିଶାଖାପାଟଣା ରେ ଚିକିତ୍ସିତ ହେଉଛନ୍ତି । ଦୁଃଖର ବିଷୟ ପୂର୍ବରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ପରେ କୋରାପୁଟ ଚିକିତ୍ସାଳୟରେ ଚିକିତ୍ସା କରାଇବା ପରେ ତାଙ୍କର କୁନି ଝିଅର ହାର୍ଟ ସମସ୍ୟା ବୋଲି ଡାକ୍ତର କହିଥିଲେ । ପରେ କୁନି ଝିଅ ରୁଫୁନାଙ୍କୁ କୋରାପୁଟ ମେଡିକାଲରୁ ବିଶାଖାପାଟଣା ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରେ ହାର୍ଟ ଅପରେସନ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଅପରେସନ କରିବାକୁ ହେଲେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି । ଯାହାକି ଅଜୟ ଧନଫୁଙ୍କ ପରିବାର ପକ୍ଷରୁ ସମ୍ଭବପର ନୁହେଁ । ଅଜୟ ଧନଫୁଙ୍କ ପରିବାରଙ୍କୁ ସରକାର ଆର୍ଥିକ ସାହାଯ୍ୟ ଯୋଗାଇବା ପାଇଁ ପରିବାର ବର୍ଗ ଅନୁରୋଧ କରିଛନ୍ତି । କୈ।ଣସି ପୁଣ୍ୟାତ୍ମା ରୁଫୁନାଙ୍କୁ ଏହି ସଂକଟରୁ ବଂଚାଇବା ପାଇଁ ଆର୍ଥିକ ସାହାଯ୍ୟ କରିବାକୁ ତାଙ୍କ ପରିବାର ପକ୍ଷରୁ ନିବେଦନ କରିଛନ୍ତି । ଇଛୁକ ବ୍ୟକ୍ତି ମାନେ ୬୩୦୫୧୫୯୮୯୨,୮୦୧୮୦୯୪୧୪୩ ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026