ପଞ୍ଚୁପାଣ୍ଡବ ମହୋତ୍ସବ ଉଦଯାପିତ ପୁରୀ ରଙ୍ଗଶାଳା ଏବଂ ଶିବାନୀ ଙ୍କ ନୃତ୍ୟରେ ଝୁମିଲେ ଦର୍ଶକ

୬ ଫେବୃଆରୀ, ସୋମବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୂଆଗାଁ ବ୍ଲକ୍ ର କଳା , ଐତିହ୍ୟ,ସଂସ୍କୃତି କୁ ଅନୁଷ୍ଠିତ ହୋଇଥିବା ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲୀଶ୍ରୀ ମେଳା ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସ ରେ ଅନୁଷ୍ଠିତ ଦିବା କାର୍ଯ୍ୟକ୍ରମ ରେ ବ୍ଲକ୍ ର ଜନ ପ୍ରତିନିଧି, ଶିକ୍ଷାଵିତ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କଳା ପରିବେଷଣ କରିଥିବା ସ୍ଥାନୀୟ କଳାକାର ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଦଶପଲ୍ଲା ବିଧାୟକ ତଥା ମହୋତ୍ସବ କମିଟିର ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାନ୍ଧ୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବୀର ମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ କଳାକାର ମାନଙ୍କ ଅନ୍ତର୍ନିହିତ କଳା କୁ ପରିବେଷଣ କରିବାର ମୁଖ୍ୟ ମାଧ୍ୟମ ଏହି ପଞ୍ଚୁପାଣ୍ଡବ ମହୋତ୍ସବ ବୋଲି ମୁଖ୍ୟ ଅତିଥି ବିଧାୟକ ପଦ୍ମନାଭ ବେହେରା କହିଥିଲେ । ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ଏଭଳି ମହୋତ୍ସବ ଆୟୋଜିତ ହୋଇ ପାରିଥିବା ମୁଖ୍ୟ ଅତିଥି କହିବା ସହ ପାଞ୍ଚାଳୀ ଉନ୍ମୋଚନ କରିଥିଲେ।ତତ୍ ସହିତ ମିଛ ଦୁନିଆରେ ତୁ ଏକା ସତ ଜଗନ୍ନାଥ ,ଭଜନ ସୁନ୍ଦର ଭାବେ ଗାନ କରିଥିଲେ ବିଧାୟକ ପଦ୍ମନାଭ ବେହେରା। ମୁଖ୍ୟ ବକ୍ତା ଭାବେ ନୟାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ,ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ,ଏସ ଡି ପି ଓ ତପସ୍ଵିନୀ କଅଁର,୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା ,ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ ,ସାଂସଦ ଙ୍କ ବ୍ଲକ୍ ପ୍ରତିନିଧି ବିଜୟ କୁମାର ସାସମଲ ଯୋଗଦେଇ ନୂଆଗାଁ ବ୍ଲକ୍ ର କଳା , ଐତିହ୍ୟ,ସଂସ୍କୃତି ବର୍ଣ୍ଣନା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ କଳା ,ଐତିହ୍ୟ ,ସଂସ୍କୃତି ଉଜ୍ଜୀବିତ ହୋଇ ରହିଛି ବୋଲି ମହୋତ୍ସବ କମିଟିର ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀଧର ବେହେରା ଏବଂ ଶିକ୍ଷୟତ୍ରୀ ସୁଚିସ୍ମିତା ମହାପାତ୍ର । କୋରଡ଼ା ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନୂଆଗାଁ ବନ୍ଦନା ଏବଂ ଭୋଗବାଡ଼ି ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା ।ପୁରୀ ରଙ୍ଗଶାଳା କଳାକାର ମାନଙ୍କ ଦ୍ବାରା ଗଣେଶ ବନ୍ଦନା,ସମ୍ବଲପୁରୀ ନୃତ୍ୟ ଦର୍ଶକ ମାନଙ୍କ ମନ ମୋହିନେଇଥିଲା । ସିନେ ଅଭିନେତ୍ରୀ ଶିବାନୀ ଙ୍କ ଡାଇଲଗ ଏବଂ ନୃତ୍ୟରେ ଦର୍ଶକ ବିଭୋର ହୋଇଯାଇଥିଲା । ମହୋତ୍ସବ କମିଟିର ବିଭିନ୍ନ ବିଭାଗରେ ଥିବା ସଦସ୍ୟ ଏବଂ ମହୋତ୍ସବ ପଡ଼ିଆ କୁ ଷ୍ଟଲ୍ ନେଇ ଆସିଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଦଶପଲ୍ଲା ବିଧାୟକ ପୁରସ୍କୃତ କରିଥିଲେ ।

Exit mobile version