ବିଧାୟକ ସରୋଜଙ୍କ ମହାନତା : ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଡାକ୍ତରଖାନାରେ କଲେ ଭର୍ତ୍ତି

୪ ଫେବୃଆରୀ,ଶନିବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଂଡଳୀର ବିଧାୟକ ତଥା ସରାକାରୀ ଦଳ ଉପମୁଖ୍ୟସଚେତକ ସରୋଜ କୁମାର ମେହେର ସାରା ପଶ୍ଚିମ ଓଡିଶାରେ ନିଜ କାର୍ଯ୍ୟଦକ୍ଷତାକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ବେଳେ ଆଜି ପୁଣି ଲୋକଲୋଚନକୁ ଆସିଛନ୍ତି ।ତେବେ ଲାଠୋର ଥାନାରେ କାର୍ଯ୍ୟରତ ପୋଲିସ ଡ୍ରାଇଭର ଦିବାକର ସେଠ ତାଙ୍କ ପତ୍ନୀ ଓ ତାଙ୍କ ଝିଅକୁ ନେଇ ଗତ ସନ୍ଧ୍ୟା ସମୟରେ ଏକ ବାଇକ ଯୋଗେ ପାଟଣାଗଡରୁ ଘସିଏନ ଅଭିମୁଖେ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ବୋଲେରୋ ପିକ୍‌ଅପ୍‌ ଗାଡି ପାଟଣାଗଡ ତମିଆ ଛକଠାରେ ଏମାନଙ୍କୁ ଧକ୍କା ଦେଇ ଫେରାର ମାରିଥିଲା । ଫଳରେ ଦିବାକାରଙ୍କ ସହ ତାଙ୍କ ପତ୍ନୀ ଓ ତାଙ୍କ ଝିଅ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ଏହି ସମୟରେ ବିଧାୟକ ସରୋଜ କୁମାର ମେହେର ତମିଆ ସ୍କୁଲର ବାର୍ଷିକୋତ୍ସବରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଏହି ତିନି ଜଣ ଗୁରୁତରଙ୍କୁ ଦେଖି ସଙ୍ଗେ ସଙ୍ଗେ ନିଜେ ଯାଉଥିବା ଗାଡିରେ ଚିକିତ୍ସା ପାଇଁ ପାଟଣାଗଡ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ । ତେବେ ବିଧାୟକଙ୍କ ଏହି ମହାନତା ତାଙ୍କୁ ଅଂଚଳରେ ଆହୁରି ପ୍ରଶଂସା ଆଣି ଦେଇଛି

Exit mobile version