୪ ଫେବୃଆରୀ,ଶନିବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପଡିଆ :- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ଏରବନପାଲ୍ଲୀ ଗ୍ରାମରେ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ କୁଷ୍ଠରୋଗ ନିରାକରଣ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡଃ ଚମ୍ପେଶ୍ବର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୮ ଜଣ ଆଶାକର୍ମୀ ଏବଂ ଆଖପାଖ ଗ୍ରାମରୁ ପ୍ରାୟ ୩୦୦ରୂ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତ ଥିଲେ ।
ନାଚ, ଗୀତ , ଢେମସା ଓ ପଦଯାତ୍ରା ମଧ୍ୟରେ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀମାନଙ୍କୁ ସଚେତନତା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଡ଼ଃ ଚମ୍ପେଶ୍ବର ପାଣିଗ୍ରାହୀ ଉପସ୍ଥିତ ରହି ସ୍ଥାନୀୟ ଗ୍ରାମବାସୀମାନଙ୍କୁ କୁଷ୍ଠରୋଗ ବିଷୟରେ ସଚେତନତା କରେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ଏନ୍ ପ୍ରଭୂ କୁମାର (BNLW) ଓ ମହିଳା ସ୍ବାସ୍ଥ୍ୟକର୍ମୀ ଦୀପ୍ତିମୟୀ ସାହୁ ପରିଚାଳନା କରିଥିଲେ । ସଭା ଶେଷ ରେ କୁଷ୍ଠରୋଗ ନିରାକରଣ ନିମନ୍ତେ ସମସ୍ତେ ଶପଥ ପାଠ କରିଥିଲେ ।

