
୪ ଫେବୃଆରୀ,ଶନିବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ମାଘମେଳା ଉପଲକ୍ଷେ ଶ୍ରୀମଦ୍ ଭାଗବତ ପରାୟଣ ୬ଷ୍ଠ ଦିନ ରେ ଆଜି ମହାସମାରୋହରେ ରୁକ୍ମିଣୀ ବିବାହ ସମ୍ପନ୍ନ କଲେ ଯୁବ ସାମ୍ବାଦିକ ଘନ ଭୁଏ ଓ ତାଙ୍କ ଧର୍ମ ପତ୍ନୀ ମାଧୁରୀ ଭୁଏ ପାଟଣାଗଡ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡୋମହୁଲ ଗାଁରେ ମାଘ ମେଳା ଉପଲକ୍ଷେ ଶ୍ରୀମଦ ଭାଗବତ ପରାୟଣ ଅନୁଷ୍ଠିତ ହୋଇଯାଇଛି । ଏହି ମେଳା ଟି ପ୍ରଦୀପ ସାହୁ ଙ୍କ ସଭାପତିତ୍ବରେ ରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ହଜାର ହଜାର ସଂଖ୍ଯାରେ ଶ୍ରଦ୍ଧାଲୁ ମାନଙ୍କର ସମାଗମ ହୋଇଥିବା । ପ୍ରତ୍ୟେକ ରାତ୍ରି ରେ ମନୋରଞ୍ଜନ କାର୍ଯ୍ୟକ୍ରମ ମୀନାବଜାର ଜଳନ୍ଧର ବଧ ଅନୁଷ୍ଠିତ ହୋଇଯାଇଛି ପ୍ରତ୍ୟେକ ରାତ୍ରି ଜନପ୍ରତିନିଧି ଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ଅତିଥି ଭାବେ ନିମନ୍ତ୍ରଣ କରାଯାଇ ଗାଁ ତଥା ଅଞ୍ଚଳ ର ବିଭିନ୍ନ ସମସ୍ୟା ର ସମାଧାନ ଉପରେ ଆଲୋକପାତ କରିବା ସହ ଏହି ମେଳା କୁ ଆହୁରି କେମିତି ଆଗକୁ ସରସ ସୁନ୍ଦର କରା ଯିବ ତାହା ମଧ୍ୟ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଆୟୋଜିତ ମେଳା ରେ ରବି ଚନ୍ଦ୍ର ଧରୁଆ ସମ୍ପାଦକ ଥିବାବେଳେ ପୂଜା କର୍ତା କୀର୍ତ୍ତି ଚନ୍ଦ୍ର ସାହୁ ଏବଂ ଧର୍ମ ପତ୍ନୀ କୁନି ସାହୁ ପୂଜା କର୍ତ୍ତା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ପୂଜକ ନୁରୋତ୍ତମ୍ ତ୍ରିପାଠୀ ଏବଂ ବ୍ୟାସ ଭାବେ -ବନମାଳୀ ମିଶ୍ର ଯୋଗଦେଇ ସୁମଧୁର କଣ୍ଠସ୍ଵରେ ଭାଗବତ ପରାୟଣ କରି ସମସ୍ତ ଶ୍ରଦ୍ଧାଳୁମାନଙ୍କ ମନକୁ ମନ୍ତ୍ରମୁଗ୍ଧ କରିଥିଲେ । ମୁଣ୍ଡୋମହୁଲ ଗ୍ରାମର ସମସ୍ତେ ସହ ଯୋଗ କରିଥିଲେ । ଆଜି ରୀତି ନୀତି ଭାବରେ ରୁକ୍ମୁଣୀ ବିବାହ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ବିବାହ ର କନ୍ୟା ର ପିତା ଘନ ଭୁଏ ଓ ମାତା ମାଧୁରୀ ଭୁଏ କନ୍ୟା ସମର୍ପଣ କରି ପାରମ୍ପରିକ ଭାବେ କାର୍ଯ୍ୟ ସମ୍ପନ୍ନ କରିଥିଲେ । ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନପ୍ରସାଦ ଭୋଗ ବ୍ୟବସ୍ଥା କରାଯାଇଥିଲା ।

