୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲେଶ୍ୱର :- ବାଲେଶ୍ୱର ଉପ ଜିଲ୍ଲାପାଳଙ୍କୁ ବାଲିମାଫିଆ ମାଡ ମାରିବା ଘଟଣା ଜିଲ୍ଲାରେ ହଇଚଇ ଖେଳାଇ ଦେଇଥିବା ବେଳେ ଆକ୍ସନ ମୋଡ଼କୁ ଆସିଯାଇଛି ଜିଲ୍ଲା ପ୍ରଶାସନ । ଅପରେସନ ସ୍ୟାଣ୍ଡ ଷ୍ଟର୍ମ ଆରମ୍ଭ କରାଯାଇ ବେଆଇନ ବାଲି ଚୋରାଚାଲାଣ ବନ୍ଦ କରିବାକୁ ପଦକ୍ଷେପ ଆରମ୍ଭ ହୋଇଛି । ବୁଲଡୋଜରରେ ମାଟିରେ ମିଶିଯାଇଛି ଚିମିନି, ଅସ୍ଥାୟୀ ଘର ଓ ଇଟାଭାଟି । ଅନ୍ୟପଟେ ଆକ୍ରମଣ ନେଇ ୩ ମହିଳାଙ୍କ ସମେତ ୧୧ଜଣ ଗିରଫ ହୋଇଛନ୍ତି । ଆରମ୍ଭ ହେଲା ‘ଅପରେସନ ସ୍ୟାଣ୍ଡ ଷ୍ଟର୍ମ’
ବାଲେଶ୍ୱର ଉପ ଜିଲ୍ଲାପାଳ କୁନାଲ ମୋତିରାମ ଚୌହ୍ୱାନଙ୍କ ଉପରେ ଆକ୍ରମଣ ପରେ ବାଲେଶ୍ୱର ପ୍ରଶାସନର ଆକ୍ସନ । 
ମାଟିରେ ମିଶିଯାଇଛି ଦହପଡା କଣ୍ଟାବଣିଆର ଇଟାଭାଟି । ଅପରେସନ ସ୍ୟାଣ୍ଡ ଷ୍ଟର୍ମ ଆରମ୍ଭ କରାଯାଇ ବେଆଇନ ବାଲି ଚୋରା ଚାଲାଣ ବନ୍ଦ କରିବାକୁ ପଦକ୍ଷେପ ଆରମ୍ଭ କରିଛି ପ୍ରଶାସନ । ଆକ୍ରମଣ ପଛରେ ଇଟାଭାଟି ମାଲିକଙ୍କ ହାତ ଥିବା ଜଣାପଡିବା ପରେ ଆକ୍ସନକୁ ଆସିଛି ପ୍ରଶାସନ । ପ୍ରଶାସନର ବୁଲଡୋଜରରେ ମାଟିରେ ମିଶିଯାଇଛି ଚିମିନି, ଅସ୍ଥାୟୀ ଘର ଓ ଇଟାଭାଟି । ତେବେ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଇଟାଭାଟି ମାଲିକ ଚିତରଞ୍ଜନ ବେହେରା ଫେରାର ଅଛି । ଚିତରଞ୍ଜନ ନିଜ ଭାଇ ମନୋରଞ୍ଜନ ବେହେରା ସହ ମିଶି ବେଆଇନ ଇଟାଭାଟି ଓ ବାଲି ଚାଲାଣ କରୁଥିଲେ । ଉପ ଜିଲ୍ଲାପାଳଙ୍କ ଆକ୍ରମଣ ଘଟଣାରେ ୩ ମହିଳାଙ୍କ ସମେତ ୧୧ଜଣ ଗିରଫ ହୋଇଛନ୍ତି । ଆକ୍ରମଣରେ ପ୍ରାୟ ୩୦ ଜଣ ସାମିଲ ଥିବା ସନ୍ଦେହ କରାଯାଉଛି । ଇଟାଭାଟି ଭାଙ୍ଗିବା ପରେ ଚିନ୍ତାରେ ଶ୍ରମିକ ଖାଇବାକୁ ନାହିଁ କି ଟଙ୍କା ବି ନାହିଁ ବେଆଇନ ଇଟାଭିଟି ଭଙ୍ଗାଯିବା ପରେ ଏଠାରେ ଝାଡଖଣ୍ଡରୁ ଆସି କାମ କରୁଥିବା ଶତାଧିକ ପରିବାର ବେସାହାରା ହୋଇପଡିଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ଅଛନ୍ତି । ତେବେ ଦୁଇ ଭାଇ ସ୍ଥାନୀୟ ଅଞ୍ଚଳରେ ବେଆଇନ ଇଟାଭାଟି ଓ ଚୋରାବାଲି କାରବାର କରି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତି ଥିବା ଅଭିଯୋଗ ରହିଛି ।

