Home ଓଡ଼ିଶା ଓଡ଼ିଶାକୁ ୧୦ ହଜାର ୧୨ କୋଟି ରେଳ ଅନୁଦାନ : ୨୦୨୩-୨୪ କେନ୍ଦ୍ର ବଜେଟରେ – ଓଡ଼ିଶାକୁ ରେକର୍ଡସଂଖ୍ୟକ ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି – ଧର୍ମେନ୍ଦ୍ର ପ୍ରଧାନ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp • ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ରେଳ ମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ • ଏହି ଅନୁଦାନ ରାଜ୍ୟରେ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବ • ୩୭ଟି ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ୨୫୬୪ କୋଟି, ରେଳ ଲାଇନର ଦହୋରୀକରଣ ପାଇଁ ୩୮୦୦ କୋଟି ପର୍ଯ୍ୟଟନ ଭିତ୍ତିଭୂମି ଏବଂ ଅର୍ଥନୀତିକୁ ସଶକ୍ତ କରିବ • ଖୋର୍ଦ୍ଧା ରୋଡ୍- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପାଇଁ ୧୫୯୯ କୋଟି ଅନୁଦାନ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବ • ତାଳଚେର-ବିମଳାଗଡ଼ ରେଳ ଲାଇନ ପାଇଁ ୩୦୦ କୋଟି ଓ ଅନୁଗୋଳ- ସୁକିନ୍ଦା ରୋଡ ପାଇଁ ୨୦୦ କୋଟି ଅନୁଦାନ, ତାଳଚେର-ଅନୁଗୋଳ ନୂଆ ରେଳ ଲାଇନ ପାଇଁ 100 କୋଟି ସ୍ୱାଗତଯୋଗ୍ୟ • ଲିଙ୍ଗରାଜ ରୋଡ ଷ୍ଟେସନରୁ ପୁରୀ ପର୍ଯ୍ୟନ୍ତ ବନ୍ଦେ ମେଟ୍ରୋ ଟ୍ରେନର ଚଳାଚଳ ସହିତ ୫୭ଟି ଷ୍ଟେସନର ନବୀକରଣ କରାଯିବ • କେବିକେ ଏବଂ ଆକାଂକ୍ଷୀ ଜିଲ୍ଲାରେ ରେଳ ଭିତ୍ତିଭୂମିକୁ ପ୍ରାଧାନ୍ୟ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର କଳ୍ପନାକୁ ସାକାର କରିବ ୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଆର୍ଥିକ ବର୍ଷ କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେକର୍ଡସଂଖ୍ୟକ ୧୦ ହଜାର ୧୨ କୋଟି ଟଙ୍କାର ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଇ ଚଳିତ କେନ୍ଦ୍ର ବଜେଟରେ ରେକର୍ଡସଂଖ୍ୟକ ଅନୁଦାନ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ଟ୍ୱିଟ୍ କରିଛନ୍ତି ଯେ ‘ପୂର୍ବୋଦୟ ମିଶନ’ରେ ଓଡିଶାରେ ରେଳ ଭିତ୍ତିଭୂମିର ବିକାଶକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି । ମୋଦି ସରକାରରେ ଓଡ଼ିଶାକୁ ରେଳ କ୍ଷେତ୍ରରେ ଦାବି ଠାରୁ ଅଧିକ ଅର୍ଥ ମିଳିଛି । ଏହି ଅନୁଦାନ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବ । ଓଡିଶାରେ ୩୭ଟି ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ୨୫୬୪ କୋଟି, ୪,୬୪୩ କିମି ରେଳ ଲାଇନର ଦହୋରୀକରଣ ପାଇଁ ୩୮୦୦ କୋଟି ଟଙ୍କା ବ୍ୟୟବରାଦ ରେଳ ସଂଯୋଗକୁ ସୁଗମ କରିବା ସହ ପର୍ଯ୍ୟଟନ ଭିତ୍ତିଭୂମି ଏବଂ ଅର୍ଥନୀତିକୁ ସଶକ୍ତ କରିବ । ଆର୍ଥିକ ବର୍ଷ ୨୦୨୩-୨୪ କେନ୍ଦ୍ର ବଜେଟରେ ପଶ୍ଚିମ ଓଡିଶାବାସୀଙ୍କ ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ରୋଡ୍- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପାଇଁ ୧୫୯୯ କୋଟି ଅନୁଦାନ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବ । ତାଳଚେର-ବିମଳାଗଡ଼ ରେଳ ଲାଇନ ପାଇଁ ୩୦୦ କୋଟି, ଅନୁଗୋଳ- ସୁକିନ୍ଦା ରୋଡ ପାଇଁ ୨୦୦ କୋଟି ଅନୁଦାନ, ତାଳଚେର- ଅନୁଗୋଳ ନୂଆ ରେଳ ଲାଇନ ପାଇଁ 100 କୋଟି ଟଙ୍କା ବ୍ୟୟବରାଦ ସ୍ବାଗତଯୋଗ୍ୟ । ଲିଙ୍ଗରାଜ ରୋଡ ଷ୍ଟେସନରୁ ପୁରୀ ପର୍ଯ୍ୟନ୍ତ ବନ୍ଦେ ମେଟ୍ରୋ ଟ୍ରେନର ଚଳାଚଳ ଏବଂ ଭୁବନେଶ୍ଵର, ଅନୁଗୋଳ, ତାଳଚେର, ଢେଙ୍କାନାଳ ଓ ସମ୍ବଲପୁର ସମେତ ୫୭ଟି ଷ୍ଟେସନର ନବୀକରଣ ଓ କେବିକେ ଏବଂ ଆକାଂକ୍ଷୀ ଜିଲ୍ଲାରେ ରେଳ ଭିତ୍ତିଭୂମିକୁ ପ୍ରାଧାନ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶିତ ଭାରତର କଳ୍ପନାକୁ ସାକାର କରିବ । ନୂଆ ଜନ ଜାତୀୟ ଗୌରବ କୋରିଡର, ଏନର୍ଜି କୋରିଡର, ନୂତନ ବନ୍ଦର ସଂଯୋଗ ପାଇଁ ରେଳ ଭିତ୍ତିଭୂମି ଏବଂ ଓ୍ୱାନ ଷ୍ଟେସନ- ଓ୍ୱାନ ପ୍ରଡକ୍ଟ ପାଇଁ ଓଡ଼ିଶାର ୨୮ଟି ଷ୍ଟେସନ ଚିହ୍ନଟ କରିବା ପାଇଁ ହୋଇଥିବା ଅଭିନବ ଯୋଜନା ଦ୍ୱାରା ରାଜ୍ୟର ଜନସାଧାରଣ ବିଶେଷ ଲାଭ ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । Categories: ଓଡ଼ିଶା, ମହାନଗର, ରାଜନୀତି, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026